କରଞ୍ଜିଆ ରେ ଜାତୀୟ ପ୍ରେସ ଦିବସ ପାଳିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଉପଖଣ୍ଡ ସ୍ତରୀୟ ଜାତୀୟ ପ୍ରେସ ଦିବସ ଅବସର ରେ ବୈଷିକ ମହାମାରୀ ଏକ ନୂତନ ଆହ୍ୱାନ ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ ସୂଚନାକେନ୍ଦ୍ରପରିସର ଠାରେ ପାଳିତ ହୋଇଯାଇଛି।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ତଥା ରାଜସ୍ୱ ଅଧିକାରୀ ଶ୍ରୀଯୁକ୍ତ ମନ୍ମଥ ନାଥ ମଲ୍ଲିକ ଉକ୍ତ କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ଶିବାଶିଷ ବରାଳ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ କରଞ୍ଜିଆ ତହସିଲଦାର ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ସାହୁ, କରଞ୍ଜିଆ ଥାନା ଅଧିକାରୀ ଶ୍ରୀ ରଞ୍ଜନ କୁମାର ସେଠୀ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର ଦାସ ଓ କର୍ଣାର୍ଜୁନ ସାହା ମଞ୍ଚ ରେ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ୱଳନ ପରେ ମହାମାରୀ କୋରନା ରେ କାର୍ଯ୍ୟରତ ଅବସ୍ଥାରେ ପ୍ରାଣହାନୀ ଘଟିଥିବା ସାମ୍ବାଦିକ ଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା।କାର୍ଯ୍ୟକ୍ରମରେ ମହାମାରୀ ସମୟରେ ସାମ୍ବାଦିକ ମାନଙ୍କ ସମ୍ମୁଖରେ ଥିବା ନୂତନ ଚ୍ୟାଲେଞ୍ଜ ଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା।ଏହି ଆଲୋଚନାରେ ବୟୋଜ୍ୟେଷ୍ଟ ସାମ୍ବାଦିକ ମଧୁସୂଦନ ନନ୍ଦ,ଉମାଶଙ୍କର ଦାସ,କର୍ଣାର୍ଜୁନ ସାହା,ଗୈାରୀ ଶଙ୍କର ସିହ୍ନା,ଉଦିପ୍ତ କୁମାର ବେହେରା,ଚନ୍ଦ୍ର କୁମାର ଲଳିତେନ୍ଦୁ ଦାସ,ସରୋଜ ବେହେରା,ଶରତ ତ୍ରିପାଠୀ,ସତ୍ୟବ୍ରତ ବେହେରା, ଦିପକ ମହାନ୍ତ, ତନ୍ମୟ କୁମାର ଦାସ, ଦୀନେଶ ଦାସ,ଅଂଶ ଗ୍ରହଣ କରି ନିଜର ବକ୍ତବ୍ୟ ରଖିବାସହ ଏହି ସମୟର ଅନୁଭୂତି ପ୍ରକାଶ କରିଥିଲେ। ସାମ୍ବାଦିକ ମାନଙ୍କ ସମ୍ମୁଖରେ ଥିବା ସମସ୍ୟା , ସେମାନଙ୍କ ସୁରକ୍ଷା, ତଥା ଭବିଷ୍ୟତ ପାଇଁ ଥିବା ଆବଶ୍ୟକତା ବାବଦରେ ରାଜ୍ୟ ସରକାରଙ୍କ ଭୁମିକା କଣ ତାହା ମଧ୍ୟ ଆଲୋଚନା କରାଯାଇଥିଲା।ମଞ୍ଚାସୀନ ଅଧିକାରୀ ମାନେ ସମସ୍ତ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ସରକାରଙ୍କ ନିୟମ ମୁତାବକ ସାମ୍ୱାଦିକ ମାନଙ୍କୁ ନିଶ୍ଚିତ ସହଯୋଗ ପ୍ରଦାନ କରିବାକୁ ଆସ୍ବାସନା ଦେଇଥିଲେ।କାର୍ଯ୍ୟକ୍ରମ ରେ ଉପଖଣ୍ଡ ବିଭିନ୍ନ ବ୍ଲକ ର ସାମ୍ବାଦିକ ମାନେ ଯୋଗଦେଇ ଥିଲେ ଏବଂ ସ୍ୱାସ୍ଥ୍ୟ ବୀମା କାର୍ଡ ଗ୍ରହଣ କରିଥିଲେ।ପରିଶେଷରେ ସୂଚନା କେନ୍ଦ୍ର ଗ୍ରନ୍ଥାଗାରିକ ଶ୍ରୀ ଅରୁଣ କୁମାର ପାଣିଗ୍ରାହୀ ଉପସ୍ଥିତ ହୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।