ଆସପାୟାର ଆନୁକୁଲ୍ୟରେ ଶିଶୁ ଅଧିକାର ସପ୍ତାହ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ ) : ଆସପାୟାର ପକ୍ଷରୁ ଶିଶୁ ଅ୍ରଧିକାର ସପ୍ତାହ ପାଳିତ ହୋଇଯାିଛି । ଆଜି ତେମଳ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଡିପିଓ ସରସ୍ୱତୀ ସେଠୀ, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଅଲେଖ ଚନ୍ଦ୍ର ପରିଡା, ବ୍ଲକ ଇନଚାର୍ଜ କୃପାସିନ୍ଧୁ ସିଂ, ଲାଣିଙ୍ଗ କୋଅଡିନେଟର ଦିବାକର ଦାସ, ଏମଆଇଏସ ଏକାଉଣ୍ଟସ ସୁମିତ ସୁବାସିଶ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର, ଶିଶୁ ଶ୍ରମିକ ଉଚ୍ଛେଦ ଉପରେ ଆଲୋକପାତ କରିଥିଳେ । ଏହି ଅବସରରେ ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସଚେତନତା ବାର୍ତ୍ତା ଥିବା ଫ୍ଲାଗକାର୍ଡ ଧରି ଓ ବାଲ୍ୟ ବିବାହ ବିରୋଧରେ ବିଭିନ୍ନ ଶ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି, ନୃତ୍ୟ, ସଙ୍ଗୀତ, ମ୍ୟିଜିକ ଚେୟାର ଆଦି ପ୍ରତିଯୋଗୀତା ମାନ ଆୟୋଜିତ ହୋଇଥିଲା । ଏଥିରେ ବଞ୍ଚୋ, ପଞ୍ଚୁଗୋଛିଆ, ସୁଲଣ, ଆମ୍ବୋ, ସମଣା, ବଡରମ୍ପାସ ଆଦି ୬ଟି ପଞ୍ଚାୟତର ୬୭ଜଣ ଛାତ୍ର ଓ ୪୩ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସିଏଫ ଆଦିତ୍ୟ ଅଞ୍ଜନ ପଟ୍ଟନାୟକ, ଏଲ ଏଫ ହେମନ୍ତ କୁମାର ବାରିକ, ଜିପିସିଏମ ସୁନିଲ କୁମାର ବରାଳ, ସନ୍ତୋଷ କୁମାର ଜେନା, ରଞ୍ଜନ କୁମାର ନାୟକ, ଜ୍ୟୋତି ପ୍ରକାଶ ମହାପାତ୍ର, ରଞ୍ଜନ କୁମାର ନାୟକ, ସୁମନ୍ତ କୁମାର ଜେନା, ଏଲଇପି ଟିଚର ଅରବିନ୍ଦ ସାହୁ, ମନୀଷା ମହାନ୍ତି, ବିକାଶ କୁମାର ନାୟକ, ମହିମାମୟୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ତେମଳ ଗ୍ରାମର ଅନେକ ଗ୍ରାମବାସୀ ଓ ଏସଏସଜି ଗ୍ରୁପର ମହିଳାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ