ମାତା ଓ ପିତାଙ୍କୁ ହରାଇଥିବା ଶିଶୁଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମର ପିତାମାତା ହରାଇଥିବା ୩ ଜଣ ଶିଶୁ ଙ୍କୁ ୫ ମାସର ଶୁଖିଲା ରାସନ ସାମଗ୍ରୀ ସହ ୭୨ ଜଣ ଅନାଥ ଶିଶୁଙ୍କୁ ଶୁଖିଲା ରାସନ ସାମଗ୍ରୀ ପ୍ୟାକେଟ ନଭେମ୍ବର ୧୬ ତାରିଖ ଦିନ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଅରୁଣା” ପକ୍ଷରୁ ବଣ୍ଟନ କରାଯାଇଛି। ନିମିନା ଗ୍ରାମର ତିନି ଜଣ ଅନାଥ ଶିଶୁଙ୍କ ପିତା ମନୁ ଜାନି ୨ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ବେଳେ ମାଆ ତଥା ନିମିନା ପଞ୍ଚାୟତର ପୂର୍ବତନ ସରପଞ୍ଚ ସଞ୍ଜୁ ଜାନି କିଛିଦିନ ପୂର୍ବେ ମୃତ୍ୟୁ ବରଣ କରିଥିଲେ। ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ନିକଟରୁ ଖବର ଜାଣିବା ପରେ ନିମିନା ଗ୍ରାମ ପଞ୍ଚାୟତର ସରପଞ୍ଚ, ଅଙ୍ଗନୱାଡି କର୍ମୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ନିମିନା ଗ୍ରାମର ଅନାଥ ତିନି ଶିଶୁଙ୍କୁ ୫ ମାସ ପାଇଁ ଶୁଖିଲା ରାସନ ସାମଗ୍ରୀ ଦେବା ସହ ବ୍ଲକର ୭୨ ଜଣ ଅନାଥ ଶିଶୁଙ୍କୁ ମଧ୍ୟ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। କ୍ୟାଥୋଲିକ ରିଲିଫ ସଂସ୍ଥା (ସି.ଆର.ଏସ.) ପକ୍ଷରୁ ଏହି ସହଯୋଗ “ଅରୁଣା” ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ବଣ୍ଟନ କରା ଯାଇଛି। ଏହି କାର୍ଯ୍ୟକ୍ରମରେ ଅରୁଣା ସଂସ୍ଥା ପକ୍ଷରୁ ସୁସ୍ମିତା ଭୋଇ, ସୂର୍ଯ୍ୟସ୍ମିନ କୁମାର ପଣ୍ଡା, ପ୍ରଶାନ୍ତ ସ୍ୱାଇଁ, ବାଳକୃଷ୍ଣ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ ଓ ନିଲୁ ଗୌଡ଼ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। “ଅରୁଣା” ସ୍ବେଚ୍ଛାସେବୀ ସଂସ୍ଥା ଦେବଦୂତ ସାଜି ଅନାଥ ଶିଶୁମାନଙ୍କୁ ସହଯୋଗର ହାତ ବଢ଼ାଇ ଥିବାରୁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ