ମା କିଚକେଶ୍ୱରୀ ଙ୍କ ଦୁର୍ଲଭ ସୁନାବେଶ ରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ରାଜ୍ୟ ଓ ଏବେର ମୟୁରଭଞ୍ଜ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ପାଞ୍ଚପିଢ଼ ଉପଖଣ୍ଡ ଶୁକୃଳି ବ୍ଲକ ଅନ୍ତର୍ଗତ ଖିଚିଂ ଠାରେ ବିଜେ ମା କିଚକେଶ୍ୱରୀ ଠାକୁରାଣୀ ଙ୍କ ବହୁପ୍ରତିକ୍ଷୀତ ଦୁର୍ଲଭ ସୁନାବେଶ ଏବର୍ଷ ମଧ୍ୟ କୋଭିଡ କଟକଣା ପାଇଁ ଅନୁଷ୍ଠିତ ହେବ ନାହିଁ ବୋଲି ମନ୍ଦିର ପ୍ରଶାସନ ନିକଟରୁ ସୂଚନା ମିଳିଛି! ଭକ୍ତ ଓ ଶ୍ରଦ୍ଧାଳୁ ମା କିଚକେଶ୍ୱରୀ ଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ରୁ ବଞ୍ଚିତ ହେବେ ! ବିଗତ ବର୍ଷ ମାନଙ୍କରେ ପବିତ୍ର କାର୍ତିକ ପୂର୍ଣ୍ଣିମା ରେ ମାଆ ଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୁଏ ! ମାଆ ଏଠାରେ ପ୍ରତ୍ୟକ୍ଷ ଚାମୁଣ୍ଡା ରୂପରେ ପୂଜାପାଉଛନ୍ତି ମାଆଙ୍କ ଫୋଟ ବା ଭିଡ଼ିଓ ଉତ୍ତୋଳନ କୁ ସ୍ୱମ୍ପୂର୍ଣ ରୂପେ ଏଠାରେ ବାରଣ କରାଯାଇଛି ବିଗତ ଦିନ ମାନଙ୍କ ରେ କିଛି ବ୍ୟକ୍ତି ମାଆଙ୍କ ଫୋଟ ଉଠାଇ ବିପଦରେ ପଡିଥିବାରୁ ମାଆଙ୍କ ଫୋଟ କିମ୍ବା ଭିଡ଼ିଓ କୁ ବାରଣ କରାଯାଇଥିବା ମନ୍ଦିର ସହିତ ସମ୍ପୃକ୍ତ ସେବାୟତ ସୂଚନା ଦେଇଛନ୍ତି ! ମାଆଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଆଖପାଖ ଅଞ୍ଚଳ ତଥା ପୋଡ଼ଶୀ ଜିଲ୍ଲା ଓ ରାଜ୍ୟମାନଙ୍କ ରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିରହିଥାଏ କରଞ୍ଜିଆ ଟ୍ରେଜେରୀ ରେ ଗଛିତ ସୁନା ଗହଣା ସବୁ ପୋଲିସ ହେପାଜତ ରେ ଅଣାଯାଇ ଠାକୁରାଣୀ ଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ କିନ୍ତୁ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଓ ପ୍ରଶାସନିକ ଅନୁମତି ନଥିବା ଯୋଗୁ ମାଆଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ ନାହିଁ ବୋଲି ମନ୍ଦିର ପ୍ରଶାସନ ନିଷ୍ପତି ନେଇଛି ତେଣୁ ଚଳିତ ବର୍ଷ କରଞ୍ଜିଆରୁ ସୁନା ଗହଣା ନଆସି ମନ୍ଦିର ରେ ଗଛିତ ସୁନା ଗହଣା ରେ ହିଁ ମାଆଙ୍କ ସୁନାବେଶ ଅନୁଷ୍ଠିତ ହେବ ମାଆଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ରୁ ବଂଚିତ ହେଉଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ମନରେ ନୈରାଶ୍ୟ ଭାବ ପରିଲକ୍ଷିତ ହୋଇଛି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ