ଅସହାୟ ଚାଷୀଙ୍କୁ ସହଯୋଗର ହାତ ବଢ଼ାଇଲେ ସରପଞ୍ଚ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି କେନାଲ ସାହିର ସନ୍ତୋଷ ପୋଲେଇ ନାମକ ଜଣେ ଗରିବ ଚାଷୀଙ୍କ ଏକ ଗୋରୁ ହଳ କିଣି ଚାଷ କାମ କରି ଜୀବିକା ନିର୍ବାହ କରି ଆସୁଥିଲେ। ହେଲେ କୌଣସି କାରଣରୁ ତାଙ୍କର ଗୋରୁ ହଳରୁ ଗୋଟିଏ ଗୋରୁର ମୃତ୍ୟୁ ହୋଇଯାଇଥିଲା। ଏଥିରେ ସନ୍ତୋଷଙ୍କ ମନବଳ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲା। ଚାଷ କାମ କରିବାକୁ ଆଉ ଗୋଟିଏ ଗୋରୁ କିପରି କିଣିବେ ସେହି କଥା ଭାବି ଅସହାୟ ଅବସ୍ଥାରେ ଥିଲେ। ଏହି ବିଷୟ କରଚୁଲି ପଞ୍ଚାୟତର ସରପଞ୍ଚ ଧୋବା ପ୍ରଧାନ ଜାଣିବା ପରେ ଚାଷୀ ସନ୍ତୋଷଙ୍କ ଘରକୁ ଯାଇ ଗୋରୁ କିଣିବା ପାଇଁ ଗରିବ ଚାଷୀ ସନ୍ତୋଷଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ସରପଞ୍ଚ ଶ୍ରୀ ପ୍ରଧାନଙ୍କ ଆର୍ଥିକ ସହଯୋଗ ଯୋଗୁଁ ସନ୍ତୋଷ ଏକ ଗୋରୁ କିଣିଥିବା ବେଳେ ସରପଞ୍ଚ ଧୋବା ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ। ଅସହାୟ ଗରିବ ଚାଷୀଙ୍କ ସାହାରା ସାଜିଥିବା ସରପଞ୍ଚ ଧୋବା ପ୍ରଧାନଙ୍କଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ