ପୁରାତନ ଛାତ୍ର ସଂସଦ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ରାଇକିଆ, (ପ୍ରଦୀପ ବେହେରା) : କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇସ୍କୁଲ୍ ର ପୁରାତନ ଛାତ୍ର ସଂସଦ ପକ୍ଷ ରୁ ରବିବାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିକଟ ରେ ବିଦ୍ୟାଳୟ ର ୫ଟି ରୂପାନ୍ତରଣ ସମ୍ପନ୍ନ ଅବସର ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ଶିକ୍ଷକ ବିଶ୍ଵାମିତ୍ର ନାୟକ ଅଧ୍ୟକ୍ଷତା କରିଥିଲେ । ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବହୁ ପୁରାତନ ଛାତ୍ର ଏଥିରେ ସାମିଲ୍ ହୋଇ ନିଜର ଛାତ୍ର ଜୀବନ ର ଅନୁଭୂତି ବଖାଣିବା ସହ ଅଧ୍ୟୟନ ରତ ଛାତ୍ରଛାତ୍ରୀ ଙ୍କୁ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ପୁରାତନ ଛାତ୍ର ଙ୍କ ଦ୍ଵାରା ପ୍ରଦତ୍ତ ମୋ ସ୍କୁଲ୍ ଅନୁଦାନରୁ ହୋଇଥିବା ବିଭିନ୍ନ ପ୍ରକଳ୍ପ କୁ ମଧ୍ୟ ବୁଲି ଦେଖିଥିଲେ । ଛାତ୍ର ସଂସଦ ସଭାପତି ପ୍ରଦିପ ପ୍ରଧାନ ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଜୟନନ୍ଦ ନାୟକ ସଂଯୋଜନା କରିଥିଲେ । ଶେଷ ଭାଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


