ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସରସଦା ସ୍କୁଲ ଠାରେ ୧୯୮୦ ମାଟ୍ରିକ ଏକାଦଶ ବ୍ୟାଚ ଛାତ୍ରଛାତ୍ରୀଙ୍କ ବଂଧୁମିଳନ ଉତ୍ସବ ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗଦାଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ବହୁମୂଲ୍ୟ ଜୀବନ ଉପଯୋଗୀ ବକ୍ତବ୍ୟ ପ୍ରଦାନ କରି ପୁରାତନ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀବତ୍ସ କରଶର୍ମା, ନଟବର ରାଉଳ, ଆନନ୍ଦ ଶାସିନୀ, ଅଭିରାମ ସ୍ୱାଇଁ, ଶଶୀଭୂଷଣ କରଣ, ସମାଜସେବୀ ରତ୍ନାକର ଦାସ, ପରିଚାଳନା କମିଟି ସଭାପତି ଅକ୍ଷୟ କୁମାର ଜେନା ପ୍ରମୁଖ ଯୋଗ ଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ ଦ୍ଵାରା ଭଜନ ପରିବେଷଣ ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ପୁରାତନ ବିଦ୍ୟାର୍ଥୀ ପ୍ରକାଶ କୁମାର ନାୟକ, ନିରାକାର ସ୍ୱାଇଁ, ରାଜକିଶୋର ସ୍ୱାଇଁ, ଦେବେନ୍ଦ୍ର ଷେଣ୍ଢ, ବିଜୟ ଦାସ, ସୁଧାକର ନାୟକ, ମଙ୍ଗରାଜ ବେହେରା, ସରସ୍ୱତୀ ସାମଲ, ମାଳତୀ ଲତା ଖଣ୍ଡେଇ, ଉମାମଣି ନାୟକ, ମିନାରାଣୀ ସାମଲ ପ୍ରମୁଖ ଏଥିରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସଞ୍ଜୟ ନନ୍ଦ, ପ୍ରକାଶ ଦାସ, ମମତା ରାଣୀ ଧଳ, ଶଶିକାନ୍ତ ଜେନା, ଶ୍ୟାମସୁନ୍ଦର ବାରିକ ପରିଚାଳନା କରିଥିଲେ ।