ଦଧିବାମନ ଜୀଉ ସାହିତ୍ୟ ସଂସ୍କୃତି ପରିଷଦର ସ୍ଵନକ୍ଷତ୍ର ଉତ୍ସବ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ସ୍ଥିତ ହରିସଂକୀର୍ତନ ଭବନ ଠାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ସାହିତ୍ୟ ସଂସ୍କୃତି ପରିଷଦର ସପ୍ତମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାହିତ୍ୟିକ ବେଲାର ସେନ ପତି ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ପ୍ରାରମ୍ଭରେ ଗାୟକ ପ୍ରାଣକୃଷ୍ଣ ସାହୁ ବେଦ ପାଠ କରିଥିଲେ । ପରିଷଦ ର ସଭାପତି ନାରାୟଣ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଚିତ୍ତରଞ୍ଜନ ମହାନ୍ତି, ସମ୍ମାନୀତ ଅତିଥି ଭାବେ ସୁବାଷ ଚନ୍ଦ୍ର ନାୟକ, ନିମନ୍ତ୍ରିତ ଅତିଥି ଭାବେ ଗୋଲକ ଚନ୍ଦ୍ର ମହାନ୍ତି ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ପରିଷଦର ମୁଖପତ୍ର ‘ଦଧିବାମନ’ ଉନ୍ମୋଚନ କରିଥିବା ବେଳେ ସାହିତ୍ୟିକ ସ୍ବର୍ଗତ ଗୁଣନିଧି ଗୁରୁ ଓ ମଧୁସୂଦନ ଦାସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମ୍ପାଦକ ବୈଲୋଚନ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସହସମ୍ପାଦକ କୀର୍ତ୍ତନ ବିହାରୀ ମଲ୍ଲିକ ଅତିଥି ପରିଚୟ ଓ ଯୁବ ସାହିତ୍ୟିକ ରଶ୍ମିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ ନିୟମ ଅନୁଯାୟୀ ଏଥିରେ ଆଖପାଖ ଅଞ୍ଚଳର କବି ମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିବା ବେଳେ ୬ଜଣ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ମୃତିରଞ୍ଜନ ଜେନା, ଧନେଶ୍ୱର ଜେନା, କାହ୍ନୁଚରଣ ଜେନା, ଆଶୁତୋଷ ଜେନା, ଆକାଂକ୍ଷା ପ୍ରିୟା ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ