ପୁଣି ୨୦କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷ ନଷ୍ଟ

ପାରଳାଖେମେୁଣ୍ଡି, ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସ୍‌ଆଇ ଆର୍‌.ଆର୍‌.ନାୟକ, ଅବକାରୀ ଇନିସ୍ପେକ୍ଟର ବିକେ ପରିଡା, ପିସି ସାହୁ, ଏସ୍‌ଆଇ ବି.ଦାମୀ, ବୃନ୍ଦାବନ ମଣ୍ଡଳ ପ୍ରମୁଖଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମପଞ୍ଚାୟତର ରେଣୁ ଗ୍ରାମାଞ୍ଚଳରେ ଚଢାଉ କରାଯାଇଥିଲା । ଏହି ଚଢାଉବେଳେ ଉକ୍ତ ଅଞ୍ଚଳରେ ପ୍ରାୟ ୧୦୧.୩୧ ଏକର ଜମିରେ ଗଞ୍ଜେଇ ଚାଷ କରାଯାଉଥିବାର ଦେଖିବାକୁ ପାଇଥିଲେ ।ଏହାପରେ ଗୋଟି ଗୋଟି କରି ଗଞ୍ଜେଇ ଗଛକୁ କାଟି ଏକାଠି କରି ପୋଡି ନଷ୍ଟ କରାଯାଇଥିଲା । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ୨୬ଲକ୍ଷ ୨୦ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ