ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରର ନେତୃତ୍ୱାଧିନ ମୋଦୀ ସରକାରଙ୍କ ଆର୍ଥିକ ପରିଚାଳନାଗତ ତୃଟି ଯୋଗୁଁ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଓ ଉଜ୍ୱଳା ଯୋଜନାର ଅସଫଳତା ପ୍ରରିବାଦରେ କେନ୍ଦ୍ରାପଡା ବିଜୁ ମହିଳା ଜନତା ଦଳ, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କେନ୍ଦ୍ରାପଡା ପୌର ପରିଷଦ କାର୍ଯ୍ୟାଳୟ ଏବଂ କେନ୍ଦ୍ରାପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାଞ୍ଚବର୍ଷ ପୂର୍ବେ ରନ୍ଧନ ଗ୍ୟାସ ସିଲିଣ୍ଡରର ମୁଲ୍ୟ ୫୪୯ ଟଙ୍କା ୬୯ ପଇସା ଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଂଚିଛି । ଭାରତରେ ଏତେ କମ ସମୟ ମଧ୍ୟରେ ରନ୍ଧନ ଗ୍ୟାସ ଦର ୭୦ ପ୍ରତିଶତ ବୃଦ୍ଧି ପାଇବା ଏହା ଏକ ସର୍ବକାଳୀନ ରେକର୍ଡ । ଏହାର ପ୍ରତିବାଦରେ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ରୋସ୍ନା ସାହୁଙ୍କ ସଭାପତିତ୍ୱରେ ଏବଂ କେନ୍ଦ୍ରାପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସୁମିତ୍ରା ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ମୋଦୀ ସରକାରଙ୍କ ଗୁରୁତ୍ୱର ଆର୍ଥିକ ପରିଚାଳନା ଗତ ତୃଟିକୁ ସମାଲୋଚନା କରିଥିଲେ । ଏଭଳି ପରିଣାମକୁ ସମଗ୍ର ରାଜ୍ୟବାସୀ ଆଜି ଭୋଗ କରୁଛନ୍ତି ବୋଲି ସେ କହିଥିଲେ । ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତାକୁ ନେଇ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ଓ କେନ୍ଦ୍ରାପଡା ବ୍ଲକର ବିଡିଓ ଅଶ୍ୱିନୀ କୁମାର ଦାସଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ଜିଲ୍ଲା ମହିଳା ଜନତା ଦଳ ଉପସଭାନେତ୍ରୀ ସୀତା ସୁନ୍ଦରୀ ମଲ୍ଲିକ, ପୂର୍ବତନ ନଗରପାଳ ଧିରେନ ସାହୁ, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ମହିଳା ବିଜେଡି ସମ୍ପାଦିକା ଜ୍ୟୋସ୍ନାରାଣୀ ଜେନା, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଭକ୍ତିମୟୀ କର, ସ୍ନେହପ୍ରଭା ତ୍ରିପାଠୀ, ମମତାରାଣୀ ଧଳ,ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ କେନ୍ଦ୍ର ସରକାରର ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ସମାଲୋଚନା କରି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସବିତା ସାହୁ, ରିଜୁୱାନା ବେଗମ୍‌, ମିନତୀ ପରିଡା, ସ୍ନେହଲତା ପ୍ରଧାନ, ମହେନ୍ଦ୍ର ମିଶ୍ର, ହିରଣ୍ୟ ପଣ୍ଡା, କାଳୀପ୍ରସାଦ ମିଶ୍ର, ସଙ୍ଗମ ସାମଲ, ମାନସ ଦାସ, ଭଜକୃଷ୍ଣ ରାଉତ, ସୁଧିର ସ୍ୱାଇଁ, ମହମ୍ମଦ ସେକ୍ ଇନାୟତ୍‌(ଚନ୍ଦନ), ଆଲୋକ ସାହୁ, ଦୁଷ୍ମନ୍ତ ମଲିକ, ସ୍ମୃତିମୟୀ ସେନାପତି, ଝରାଶ୍ରୀ ସ୍ୱାଇଁ, ବିକାଶ ଦଳାଇ, ସ୍ୱରୁପ ରାଉତରାୟ, ରଶ୍ମୀରଞ୍ଜନ ରାଉତ, ପ୍ରକାଶ ସାହୁ, ଦାମୋଦର ଜେନା, ଅଭିଷେକ ସ୍ୱାଇଁ, ଅକ୍ଷୟ ମେକାପ, ପ୍ରିୟଦର୍ଶିନୀ ତରାଇ, ମିନତୀ ଦାସ, ସୁକାନ୍ତ ସେଠୀ, ରଞ୍ଜନ ସାହୁ, ଦେବେନ୍ଦ୍ର ଦାସ, ରମାକାନ୍ତ ମହାନ୍ତି, ରବିନ୍ଦ୍ର ପଣ୍ଡା, ସୁମନ୍ତ ପରିଡା, ରଞ୍ଜିତ ସାହୁ, ମଙ୍ଗଳ ବରଣ ସିଂ, ଯଯାତି କେଶରୀ ମହାନ୍ତି, ମାନସ ସାହୁ (ମାନ) ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ