ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ନାଉଗାଁ ବ୍ଲକ ମହିଳା, ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ସୋମବାର ନାଉଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ରାଜ୍ୟ ମହିଳା ଯୁଗ୍ମ ସଂପାଦିକା ଏଲିନା ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଆତ୍ମା କମିଟି ଅଧ୍ୟକ୍ଷ ବସନ୍ତ ପାଢୀ, ନାଉଗାଁ ବ୍ଲକ ସାଂସଦ ପ୍ରତିନିଧି ଅଜୟ ମହାନ୍ତି, ଜିଲ୍ଲା ବିଜେଡି ଉପସଭାପତି ନଟବର ପ୍ରଧାନ, ବ୍ଲକ ବିଜେଡି ଯୁବ ସଭାପତି ପ୍ରତ୍ୟୁଷ ପରିଡା, ବ୍ଲକ ଉପସଭାପତି ପ୍ରଫୁଲ ଲେଙ୍କା, ସାଧାରଣ ସଂପାଦକ ପ୍ରକାଶ ଜେନାଙ୍କ ସମେତ ବହୁ ମହିଳା ଯୁବ ଓ ଛାତ୍ର କର୍ମୀମାନେ ଉପସ୍ଥିତ ଥିଲେ । ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।


