ଭୋଟର ସଚେତନତା ସଭା ଓ ଶୋଭାଯାତ୍ରା ଆୟୋଜିତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଏକ ଭୋଟର ସଚେତନତା ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି।ଭୋଟର ତାଲିକା ସଂଶୋଧନ ଓ ହୋଇଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କିତ ତଥ୍ୟ ପ୍ରଦାନ କରି ୨୦୨୨ ଜାନୁଆରୀ ମାସ ସୁଦ୍ଧା ୧୮ବର୍ଷ ହେଉଥିବା ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇପାରିବେ।ଏହା ସହ ବାଦ ପଡ଼ିଥିବା ବ୍ୟକ୍ତି ବିଶେଷ କିମ୍ବା ନା କାଟିବା ପାଇଁ ଚାହୁଁ ଥିବା ବ୍ୟକ୍ତି କିମ୍ବା ତୃଟି ସଂଶୋଧନ କରି ପାରିବେ। ଚଳିତ ବର୍ଷ ଅନ ଲାଇନ ଆପ ମାଧ୍ୟମରେ ମଧ୍ୟ ଭୋଟ ର ତାଲିକା ସଂଶୋଧନ କରାଯାଇ ପାରିବ। । ଯେ କେହିବି ଭୋଟର ତାଲିକାରୁ ବାଦ ନପଡନ୍ତି ସଚେତନତା କରିବା ନେଇ ହାତରେ ଫ୍ଲାଗ କାର୍ଡ ଓ ସ୍ଲୋଗାନ ଦେଇ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ରୁ ରାମପୁର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଯିବା ପରେ ସିଲଭର ଜୁବୁଲି ବୈଠକ ଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା। ନିର୍ବାଚନ ଅଧିକାରୀ ଙ୍କ ଦ୍ଵାରା ଘୋଷଣା କରାଯାଇ ଥିବା ଭୋଟର ତାଲିକା ସଂଶୋଧନ ଓ ପଞ୍ଜିକରଣ ଉପରେ ଆଲୋଚନା ହୋଇଥିଲା lସୁସ୍ଥ ଗଣତନ୍ତ୍ର ଗଠନ ପାଇଁ ସମସ୍ତେ ସଚେତନ ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ଏହି ଭୋଟର ସଚେତନତା ସଭା ରେ ବିଦ୍ୟାଳୟ ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପାତ୍ର, ସମେତ ଅଧ୍ୟାପକ ସତ୍ୟ ରଞ୍ଜନ ପାଣିଗ୍ରାହୀ, ଓଡିଆ ଅଧ୍ୟାପିକା ବନିତା ପଟ୍ଟନାୟକ, ରଞ୍ଜନ କୁମାର ନାୟକ, ପଦ୍ମାବତୀ ସାହୁ ସମେତ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।


