କେନ୍ଦୁପଦରରେ କଟକ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର ଚଢାଉ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ମଙ୍ଗଳ ବାର ସକାଳ ୧୦ ଘଣ୍ଟ ସମୟରେ କଟକରୁ ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ୍ ଦେବାଶିଷ୍ ପଟେଲ୍ ଙ୍କ ନେତୃତ୍ୱରେ ଷୋହଳ ଜଣ ଅଧିକାରୀ ଏକକାଳୀନ ଗାଙ୍ଗପୁର ଥାନା ତଥା ଆସ୍କା ବ୍ଳକ୍ ଅନ୍ତର୍ଗତ କେନ୍ଦୁପଦର ମୁଖ୍ୟ ସଡ଼କରେ ଥିବା ଏକ ପରିତ୍ୟକ୍ତ ଘର ଉପରେ ଚଢ଼ାଉ କରିଥିଲେ I ସେଠାରେ ବିପୁଳ ପରିମାଣର ବିଦେଶୀ ମଦ ପେଟି ପେଟି ହୋଇ ରହିଥିବା ଦେଖି ଅଧିକାରୀମାନେ ତାଜୁବ୍ ହୋଇଯାଇଥିଲେ I ସେଠାରୁ ବିଭିନ୍ନ ବ୍ରାଣ୍ଡର ୩୫ ପେଟି ବିଦେଶୀ ମଦ ଜବତ କରିବା ସହ ଏନେଇ ୧୬୫/୨୧ ରେ ଏକ ଅବକାରୀ ମାମଲା ରୁଜୁ କରିଥିଲେ I ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ କେନ୍ଦୁପଦର ଗ୍ରାମର ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି I ଏହି ମଦ କାହାର ଏବେ ଏତେ ପରିମାଣର ମଦ କେଉଁଠାରୁ ଆସିଲା ଏନେଇ ତଦନ୍ତ କରାଯାଉଥିବା ଅବକାରୀ ଇନ୍ସପେକ୍ଟର ଉମାଚରଣ ସ୍ଵାଇଁଙ୍କ ଠାରୁ ପ୍ରକାଶ I ଜବତ ବିଦେଶୀ ମଦର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ