ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଉଦ୍‌ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଜନ ସଂଖ୍ୟା ବୃ୍ଦ୍ଧି ଏବଂ ଅନିଚ୍ଛାକୃତ ଗର୍ଭ ଧାରଣକୁ ରୋକିବା ଦିଗରେ ନାରୀ ବନ୍ଧ୍ୟାକରଣ ଭଳି ପୁରୁଷ ବନ୍ଧ୍ୟାକରଣ ମଧ୍ୟ ଏକ ନିରାପଦ ଉପାୟ I ଏହି ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଇବା ପାଇଁ ଆଜି ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଅବସରରେ ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ପୁରୁଷ ବନ୍ଧ୍ୟାକରଣ ରଥ ଉଦ୍ଘାଟିତ ହୋଇଯାଇଛି I ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ପତାକା ପ୍ରଦର୍ଶନ କରି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି I ଏକ ସପ୍ତାହ ବ୍ୟାପୀ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ନିରାପଦ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ପୁରୁଷ ବନ୍ଧ୍ୟାକରଣ ଉପାୟ ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରାଯିବ I ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ସନ୍ତୋଷ ପାତ୍ର, ସ୍ଵାସ୍ଥ୍ୟ ନୀରିକ୍ଷକ ଶୁଭ୍ରମନ୍ୟୁ କର, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡାଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ