କଣ ଦିବ୍ୟାଙ୍ଗ ହୋଇ ଜନ୍ମ ନେବା ପାପ “ଆନନ୍ଦ ପୁର ପାହାଡ଼ପୁର କାହାଣୀ
ଧମାନଗର, (ସନ୍ତୋଷ କୁମାର ପ୍ରଧାନ):ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଲକ ଅଧିନସ୍ତ ଆନନ୍ଦପୁର ଗ୍ରାମ ପଞ୍ଚାୟତରେ ପାହାଡ଼ପୁର ଗ୍ରାମ ରେ ଏକ ଏଭଳି କାହାଣୀ ଯଦି ନିଜ ଆଖି ରେ ନଦେଖିବେ ବିଶ୍ୱାସ କରି ହେବନି “ହଁ ଆଜ୍ଞା ଆମେ କହୁଛୁ ପାହାଡ଼ପୁର ନିବାସୀ ସ୍ବର୍ଗତ ବାବାଜୀ ସାହୁ ଙ୍କ ଘରର କାହାଣୀ ଘରେ ତାଙ୍କର ତିନି ପୁଅ ଗୋଟିଏ ଝିଅ. “ବଡ ପୁଅ ଭରତ ସାହୁ “ବୟସ ୪୫. “ଭଉଣୀ ବୀଣା ସାହୁ “ବୟସ ୪୭ . ସାନ ଭାଇ ଶତ୍ରୁଘନ ବୟସ ୩୪. ଏ ସମସ୍ତେ ମୁକ ବଧିର”ନା ସେମାନେ କିଛି କହି ପାରନ୍ତି ନା ଶୁଣି ପାରନ୍ତି କେବଳ ମଝିଆଁ ପୁଅ ଶରତ ସାହୁ ଏକ ମାତ୍ର ରୋଜଗାରିଆ ଦିନ ମଜୁରିଆ ସେ ଦୀର୍ଘ ଦଶ ବର୍ଷ ହେବ ବିବାହ କରିଛନ୍ତି ତାଙ୍କର ବି ଗୋଟେ ଛୋଟ ଝିଅ ସେ ବି ଠିକ ସେହି ଭଳି ଦିବ୍ୟାଙ୍ଗ. ଶରତ ମୁଲ ଲାଗି ନିଜ ପରିବାରର ପେଟ ପୋଷନ୍ତି ହେଲେ କେଵେ କେବେ ଗୋଟେ ଓଳି ଖାଇ ଗୋଟେ ଓଳି ଉପବାସ ରହିବାକୁ ପଡେ.ସରକାରଙ୍କ ତରଫରୁ ଗୋଟେ ଘର ମିଳିବା ତାଙ୍କ ଲାଗି ସାତ ସପନ. ଘରେ ଜଣେ ବୁଢ଼ୀ ମା ଟିଏ ଅଛି. ଗୁହାଳ ଘରେ ବହୁଦିନ ଧରି ରହୁ ଥିବା ଦେଖି ଗ୍ରାମର କିଛି ସ୍ୱଚ୍ଛାସେବୀ ସଙ୍ଘଠନ ତାଙ୍କୁ ଏକ ମାଟିଝାଟି ଘରଟିଏ କରି ଉପରେ ଟିଣ ଚାଦର ପକାଇ ଦେଇଛନ୍ତି. ସରକାରଙ୍କ ତରଫରୁ ଯଉଠି ୪୦କିଲୋ ଚାଉଳ ମିଳିବା କଥା ମିଳୁଛି ତାଙ୍କୁ ମାତ୍ର ୨୦ kg.ଏଇ କିଛି ଦିନ ହେବ ଦିବ୍ୟାଙ୍ଗ ଭାଇ ଭଉଣୀ ଙ୍କୁ ମିଳୁଛି ଭତା. ଶରତ ସାହୁ ବହୁବାର ସରପଞ୍ଚ ବିଡ଼ିଓ ଚେୟାରମ୍ୟାନ କୁ ଭେଟି ନିଜ ଦୁଃଖ ଜଣାଇ ଥିଲେ ହେଲେ ଫଳ ସୁନ. ହଁ ଆଜ୍ଞା କଥାରେ ଅଛି “ଗରିବ ଲୋକ ସମସ୍ତଙ୍କ ଟାପରା “କଣ ଗରିବ ହେବା ପାପ “ନା ଦିବ୍ୟାଙ୍ଗ ହୋଇ ଜନ୍ମ ନେବା ପାପ “ଯଉଠି ବଡ଼ ବଡ଼ କୋଠା ବାଡ଼ି ଥିବା ଲୋକଙ୍କୁ ସରକାରଙ୍କ ତରଫରୁ ଘର ମିଳି ପାରୁଛି ରାସନ ମିଳି ପାରୁଛି ହେଲେ ଗରିବ କୁ ନାହିଁ. ସରକାରଙ୍କ ମାଳ ମାଳ ଯୋଜନା ଯଉଠି ସେଠି ଆଜି ପ୍ରକୃତ ହିତାଧିକାରୀ ସେଥିରୁ ବଞ୍ଚିତ.


