କୋରନା କିଟିସ ବଣ୍ଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭିନ୍ନକ୍ଷମ ଦିବସ ଅବସରରେ ଓଡ଼ିଶା ବିକଳାଙ୍ଗ ମଞ ପକ୍ଷରୁ ଆଜି ଭଣ୍ଡାରିପୋଖରୀ ବ୍ଲକ ଠାରେ ପ୍ରଶାସନିକ ଅଧିକାରୀ ମାନଙ୍କୁ କୋରନା କିଟିସ ବଣ୍ଟନ କରାଯାଇଛି। ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁଙ୍କ ସଂଯୋଜନା ରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନେକ ଭିନ୍ନକ୍ଷମ ଭାଇ ଭଉଣୀ ଯୋଗ ଦେଇ ଅଧିକାରୀ ମାନଙ୍କୁ କିଟିସ ବିତରଣ କରିଥିଲେ। ପ୍ରଥମ ଦିନରେ ଭଣ୍ଡାରିପୋଖରୀ ସମେତ ଧାମନଗର ଓ ବନ୍ତ ବ୍ଲକରେ କାର୍ଯକ୍ରମ ଆୟୋଜନ ହୋଇଥିଲା। ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବ୍ଲକରେ ଏଭଳି ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏଥିରେ ମନୋରଞ୍ଜନ ତ୍ରିପାଠୀ, ଯଦୁମଣି ଦାସ, ଅମୂଲ୍ୟ ମହାଳିକ, କରୁଣାକର ସାହୁ, ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ।


