ପ୍ରେମିକା ସହ ଫେରାର ହେଲା ସ୍ୱାମୀ; ଥାନାର ଦ୍ୱାରସ୍ଥ ହେଲା ସ୍ତ୍ରୀ

ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝାରେଡ଼ି ରାଧାଗୋବିନ୍ଦପୁର ଗ୍ରାମର ଜୈନିକ ମହିଳା ତାର ସ୍ୱାମୀ ନିର୍ଯ୍ୟାତନା ଦେବା ସହ ନିର୍ଯ୍ୟାତ ପ୍ରେମିକା ସହ ଫେରାର ହେବା ନେଇ ରମ୍ଭା ଥାନାରେ ଦ୍ୱାରସ୍ଥ ହୋଇଛି।ରମ୍ଭା ଥାନା ଅନ୍ତର୍ଗତ ଝାରେଡି ରାଧାଗିବିନ୍ଦ ପୁର ଗ୍ରାମର,ସ୍ୱପ୍ନା ସୁନ୍ଦରୀ ଉକ୍ତ ଗ୍ରାମର ସୁରଜ ନାହାକଙ୍କୁ ଗତ ୨୦୧୯ ମସିହା ମେ ୨ ତାରିଖରେ ବିବାହ କରିଥିଲେ ।ବର ପକ୍ଷରୁ ଦାବି ମୁତାବକ ଯୌତୁକ ବାବଦରେ ଲକ୍ଷାଧିକ ଟଙ୍କାର ଦିଆଯାଇଥିଲା। ବିବାହର କିଛି ଦିନ ଭଲ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ସୁରଜ ଅନ୍ୟ କିଛି ଝିଅଙ୍କ ସହ ଅନୈତିକ ସମ୍ପର୍କ ରଖି ସ୍ତ୍ରୀଙ୍କୁ ଶାରୀରିକ ,ମାନସିକ ନିର୍ଯ୍ୟାତନା ଦେବା ସହ ,ଛାଡପତ୍ର ଦେବା ପାଇଁ ବାଧ୍ୟ କରିଆସୁଥିବା ଏବଂ ଆଇପିଏଲ ବେଟିଙ୍ଗ ଜୁଆ ଖେଳୁଥିବା ନେଇ ସ୍ତ୍ରୀ ସ୍ୱପ୍ନା ସଙ୍ଗିନୀ ଲିଖିତ ଅଭିଯୋ କରିଛନ୍ତି ପୋଲିସ ପାଖରେ।ସୁରଜ ଗତ ୨୦ ତାରିଖରେ ନିଜ ଗ୍ରାମର ପ୍ରେମିକାକୁ ଧରି ଫେରାର ହୋଇଯାଇଥିବା ନେଇ ରମ୍ଭା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।ରମ୍ଭା ପୋଲିସ ଅଭିଯୋଗ ପାଇବାପରେ କେଶ ନମ୍ବର ୫୩୮/୨୧ ମାମଲା ରୁଜୁ କରି ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ଏସ.ଆଇ ବିକାଶ କୁମାର ସାମଲ ଏହାର ତଦନ୍ତ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ