ଆର୍ତତ୍ରାଣ କାର୍ତିକେଶ୍ୱର ବିଦ୍ୟାପିଠରେ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କସ୍ଥିତ ଆର୍ତତ୍ରାଣ କାର୍ତିକେଶ୍ୱର ବିଦ୍ୟାପିଠ ନୂଆଗାଁ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ବାଲିଘାଇ ସ୍ଥିତ କଲେଜ ଅଫ ଫାର୍ମାଷ୍ଟିକାଲ ସାଇ ନର୍ସିମ ପୁରୀ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରକୁ ମୂଖ୍ୟ ଅତିଥି ଭାବରେ ପ୍ରଫେସର ଡଃ ଅମୀୟକାନ୍ତ ମିଶ୍ର ଯୋଗଦେଇ ପ୍ରଦିପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରପେସର ରଂଜନ କୁମାର ଯେନା, ପ୍ରଫେସର ଦେବାସିସ ମହାପାତ୍ର, ପ୍ରପେସର ସୁନିତା ମିଶ୍ର,ଜସ୍ୱସୀ ରାୟ, ଅଶିତ କୁମାର ସଡଙ୍ଗୀ, ପୂର୍ଣ୍ଣଚନ୍ଦ୍ର ଲେଙ୍କା,ପ୍ରଧାନ ଶିକ୍ଷକ ବାଲୁଙ୍କେଶ୍ୱର ବାରିକ, ବିନୋଦିନ ତ୍ରିପାଠୀ, କୋଣାର୍କ ମେଡିକାଲର ଆୟୁସ ଡାକ୍ତର ବିଦୁଭୂଷଣ ନାୟକ,ସିଆରସିସି ରବିନ୍ଦ୍ର ନାଥ ବାହୀନପତି, ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଉଦବୋଧନ ଦେଇ ଏହି କାର୍ଯ୍ୟକ୍ରମକୁ ଭୂୟଂଶି ପ୍ରଶଂସା କରିଥିଲେ । ଆଗାମି ଦିନରେ ଫାର୍ମାଷ୍ଟି କଲେଜ ପକ୍ଷରୁ ବ୍ୟାପକ ସ୍ୱାସ୍ଥ୍ୟ ସେବା ଶିବିର କରିବା ପାଇଁ ନିଷ୍ପତି ହୋଇଥଇବା ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଜାତୀୟ ଫାର୍ମାଷ୍ଟି ସପ୍ତାହ ଅବସରରେ ଏଭଳି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି କରାଯିବ । ଏହି କାର୍ଯ୍ୟକ୍ରମକୁ ଆଶିସ ସାଥୁଆ,ଜଗନ୍ନାଥ ସାହୁ,ଅନୁରାଗ ଦତ,ମହୋନ ସାହୁ,ଦିଲ୍ଲିପ କୁମାର ନାୟକ, ନିହାର ରଂଜନ ସାହୁ, ଉମେସ କୁମାର ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ