କୋଣାର୍କ ଉତ୍ସବ ସମନ୍ୱୟ ବୈଠକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଆସନ୍ତା ଡିସେମ୍ବର୧ରୁ ୫ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ, ଓଟିଡିସି ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଟିତ ହେବ । ଏଥି ନିମନ୍ତେ ଶୁକ୍ରବାର ଅପରାହ୍ନରେ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ସମନ୍ୱୟ ବୈଠକ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ,ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଜିଏମ ଶାନ୍ତନୁ ମହାନ୍ତି, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଏବଂ ସମସ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । କୋଭିଡ ଗାଇଡଲାଇନ ଅନୁଯାୟୀ ଏହି ଉତ୍ସବ ସମୟରେ ପାର୍କିଂ, ପରିମଳ, ଟ୍ରାଫିକକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଇନଶୃଖଂଳା, ଆଲୋକ ବ୍ୟବସ୍ତା, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ବିଭାଗ, ପୂର୍ତ ବିଭାଗ, ପିଏଚଡି ଓ ଏଏସଆଇ ଆଦି ବିଭାଗକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ନିର୍ଦେଶ ଦିଆଯାଇଥିଲା । ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ସମୟରେ ଚନ୍ଦ୍ରଭାଗା ମେଳା ପଡିଆରେ ବାଇକ ଓ କାର ପାର୍କିଂ, ମ୍ୟୁଜିୟମ ପରିସରରେ କାର ପାଂର୍କି କରିବ । ସକାଳ ୯ଟାରୁ ସଂଧ୍ୟା ୯ଟା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଚାଲିବ । ବୈଠକ ଶେଷରେ ଜିଲ୍ଲାପାଳ, ମୁକ୍ତାକାଶ ରଂଗମଂଚ, ଚନ୍ଦ୍ରଭାଗା ବେଳାଭୂମୀରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଚଳିତ ବର୍ଷ କୋଭିଡ କଟକଣାରେ ସମସ୍ତ ନିୟମ ମାନି ଉତ୍ସବ ଅନୁଷ୍ଟିତ ହେବ । ଏହି ଉତ୍ସବ ସଫଳତାର ସହିତ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀବର୍ମରା । ଶେଷରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀପ୍ରଧାନ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ