ମତାବାଜ ଛକରୁ ଟ୍ରାକ୍ଟର ଚୋରୀ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ମତାବାଜ ଛକରୁ ଗତକାଲି ରାତିରେ ଏକ ଟ୍ରାକ୍ଟର ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ମତବାଜ ଗ୍ରାମର ନାରାୟଣ ନାୟକ ସବୁଦିନ ପରି ଗତକାଲି ମତବାଜ ଛକରେ ତାଙ୍କ ଟ୍ରାକ୍ଟରଟିକୁ ଏକ ଦୋକାନ ସମ୍ମୁଖରେ ରଖିଥିଲେ । କିନ୍ତୁ ଗତକାଲି ରାତିରେ କେହି ଦୁର୍ବୁତ ଟ୍ରାକ୍ଟରଟିକୁ ଚୋରୀ କରି ନେଇ ଯାଇଛି । ଆଜି ସକାଳୁ ନାରାୟଣ ଗାଡି ପାଖକୁ ଆସିବା ବେଳକୁ ଟ୍ରାକ୍ଟର ନଥିଲା । ଏନେଇ ସେ ବହୁ ଆଡେ ଖୋଜ ଖବର ନେବାପରେ କୌଣସି ସନ୍ଧାନ ନପାଇବାରୁ ନନ୍ଦିପଦା ଥାନାରେ ଏନେଇ ସେ ଅଭିଯୋଗ କରିଛନ୍ତି । ଗତ କିଛିଦିନ ହେଲା ନନ୍ଦିପଦା ଥାନା ଅଞ୍ଚଳରେ ବାରମ୍ବାର ଚୋରୀ ଘଟଣା ବୃଦ୍ଧି ପାଉଥିଲେ ବି ପୁଲିସ କୌଣସି ଚୋରୀର ସନ୍ଧାନ ପାଇ ପାରୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ