ଅଦିନିଆ ବର୍ଷା ଉଜାଡ଼ିଲା ସୁନାର ଫସଲ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଅଦିନିଆ ବର୍ଷା ଉଜାଡିଲା ସୁନାର ଫସଲ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଲଘୁଚାପ ବର୍ଷାର ପ୍ରଭାବ ଯୋଗୁଁ ଧାନଫସରେଲ କ୍ଷତି ପହଞ୍ଚାଇଛି । ସାନଖେମୁଣ୍ଡି ଅଞ୍ଚଳରେ ବ୍ୟାପକମାତ୍ରାରେ ଧାନଫସଲ କ୍ଷତିଗ୍ରସ୍ଥ ହୋଇଛି ! ଧାନ ଫସଲରେ ଏବେ କେଣ୍ଡା ଧରିଥିବା ବେଳେ କିଛି ଅଞ୍ଚଳ ରେ ଧାନ କାଟି ଜମିରେ କଳେଇଗଦା କରି ଚାଷୀ ରଖିଥିବା ବେଳେ ଧାନ ରେ ଗଜା ଧରି ନଷ୍ଟ ହୋଇଛି । କ୍ରମାଗତ ଲଗାଣ ବର୍ଷାରେ ଧାନଫସଲ ପାଣି ଭିତରେ ବୁଡ଼ି ଅମଳ ହାନି ହୋଇଥିବା ବେଳେ ଚାଷି ମାନେ ଅମଳ ଧାନ କୁ ଜମିର ପାଣି ରୁ ବାହାର କରି ଗାଆଁ ଦାଣ୍ଡରେ ସୁଖାଉଛନ୍ତି ଧାନ କେଣ୍ଡାରେ ହିଁ ଗଜା ଧରି ଥିବା ଯୋଗୁଁ ସଂପୂର୍ଣ୍ଣ କ୍ଷତି ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ବିଶେଷ କରି ଜିଉରା, ଖଲିଙ୍ଗି, ସାମନ୍ତ୍ରରାପୂର୍, କଙ୍କୋରଡା ,ସାହାସପୂର୍, ଆଡପଡା ପାଟପୁର, ରାମଚନ୍ଦ୍ରପୁର, ମୌଲାଭଞ୍ଜା ସିଙ୍ଗପୁର, ଆମ୍ବଗାଁ ପୋଡାମାରି, ଦୟାନିଧିପୂର୍ , ପଦ୍ମପୁର ଏସ ଗୋପାଳପୁର ,ଟି ଗୋବିନ୍ଦପୁର ଆଦି ଅଞ୍ଚଳରେ ବ୍ୟାପକମାତ୍ରାରେ ଧାନଫସଲରେ ଗଜା ଧରି ନଷ୍ଟ ହୋଇଛି ! ଅମଳ ହୋଇଥିବା ମକାମଞ୍ଜି ଚାଷି ବିକ୍ରୀ ପାଇଁ ଶୁଖାଇ ଥିବା ବେଳେ ବର୍ଷାରେ ଗଜା ଧରି ନଷ୍ଟ ହେଉଛି ବୋଲି ଚାଷୀ ପ୍ରକାଶ କରିଛନ୍ତି । ଧାନ ଫସଲ ଅମଳ ବେଳକୁ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସହ ଗଜା ଉଠିବା ଏବେ ଚାଷି ମୁଣ୍ଡରେ ଚଡ଼କ ପକାଇଛି । ମୌଲାଭାଞ୍ଜା ଚାଷି ପ୍ରତାପପଣ୍ଡା ସିଙ୍ଗିପୁରର ଦିଲ୍ଲୀପ ପ୍ରଧାନ ସଦାନନ୍ଦ ଦୋରା ସାମନ୍ତରାପୁର ସିମାଞ୍ଚଳ ।ଗୌଡଙ୍କ ସମେତ ଶହଶହ ଧାନଚାଷି କ୍ଷତିଗ୍ରସ୍ତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ସହ ସରକାରଙ୍କ ଏସ ଆର୍ ସି ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ଙ୍କ ପକ୍ଷରୁ କୃଷି ବିଭାଗ, ରାଜସ୍ଵ ବିଭାଗ ସଠୀକ ଆକଳନ କରି ପ୍ରକୃତ ଚାଷୀଙ୍କୁ ସହାୟତା ପାଇଁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ