ଛତ୍ରପୁର କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) : ଆଜି ଛତ୍ରପୁର ସିଭିଲ କୋର୍ଟ ପରିସରରେ ସିନିୟର ସିଭିଲ ଜଜ ମାନସ ରଞ୍ଜନ ରାୟଙ୍କ ଅଧ୍ୟକ୍ଷତାରେ ୭୨ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆଜିର ଦିନକୁ ଆହୁରି ସ୍ମରଣୀୟ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସମ୍ବିଧାନର ମୁଖବନ୍ଧ ବା ପ୍ରି-ଆମ୍ବଲ ଲେଖା ଫଳକକୁ ତଥା ଅନ୍ୟ ଏକ ଫଳକ ଯାହା ମାଗଣା ଆଇନ ସେବା ଉପରେ ପର୍ଯ୍ୟବେସିତ; ତାହା କୋର୍ଟ ପରିସରରେ ଉନ୍ମୋଚନ କରାଯାଇଛି । ଆଜିର ଏହି ସଭାରେ ଏସଡ଼ିଜେଏମ୍ ସୌମ୍ୟା ପ୍ରଧାନ, ଜେଏମଏଫସି ପ୍ରଜ୍ଞା ପାରମିତା ସ୍ୱାଇଁ, କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ଛତ୍ରପୁର ବାର ସଭାପତି ପ୍ରଦୀପ ପାଢ଼ୀ, ଶ୍ରୀମତ ପାଢ଼ୀ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।


