ନଗୁଡୁରେ ୧୫ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ନଗୁଡୁ ଗ୍ରାମରେ ଦୀର୍ଘ ପନ୍ଦର ଦିନ ହେଲା ପାଇପ ଯୋଗେ ପାନୀୟ ଜଳଯୋଗାଣ ବନ୍ଦ ରହିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ବସୁଧା ଗ୍ରାମ୍ୟ ଜଳ ଯୋଗାଣ ଯୋଜନା ଆନୁକୂଲ୍ୟରେ ନଗୁଡୁ ଗ୍ରାମ ବାସୀଙ୍କୁ ପାନୀୟ ଜଳ ଯୋଗାଇ ଆସୁଥିବା ବେଳେ ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଯାହା ଫଳରେ ଜନସାଧାରଣ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖବର ନେବାରେ ଜଣାପଡିଛି ଯେ ବିଦ୍ୟୁତ ବିଲ ପାଉଣା ବନ୍ଧା ହୋଇନଥିବା ଯୋଗୁଁ ବିଦ୍ୟୁତ ବିଭାଗ ଓଭର ହେଡ ଟାଙ୍କି ନିକଟରେ ଥିବା ଜଳ ଯୋଗାଣ କେନ୍ଦ୍ରର ବିଦ୍ୟୁତ ସଂଯୋଗ ଛିନ୍ନ କରି ଦେଇଛନ୍ତି। ଯାହା ଫଳରେ ୧୫ ଦିନ ହେଲା ମୋଟର ନଚାଳିବା ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ବିଦ୍ୟୁତ ବିଲ ପୈଠ କରି ଜନସାଧାରଣଙ୍କୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ