ରାଷ୍ଟ୍ରିୟ ସମ୍ବିଧାନ ଦିବସ ପାଳିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ଭଞ୍ଜନଗର ବ୍ଳକର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ରାଷ୍ଟ୍ରିୟ ସମ୍ବିଧାନ ଦିବସ ପାଳନ ହୋଇଯାଇଛି ା ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ସି.ଆର୍.ସି.ସି ତ୍ରିନାଥ ବେହେରା,ବରିଷ୍ଠ ଶିକ୍ଷକ କାଳିଚରଣ ନାୟକ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ପିଲାଙ୍କୁ ରାଷ୍ଟ୍ରିୟ ସମ୍ବିଧାନ ଦିବସର ମହତ୍ତ୍ବ ବୁଝାଇବା ସହ ସମ୍ବିଧାନ ର ପ୍ରସ୍ତୁତି ଇତିହାସ କହି ସମସ୍ତେ ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଦେଶ ପ୍ରତି ଆନୁଗତ୍ୟ ପ୍ରକାଶର ବାର୍ତ୍ତା ପ୍ରଦାନ କରିଥିଲେ ା ଅନ୍ୟତମ ଶିକ୍ଷକ ମହେଶ୍ବର ବିଶ୍ବାଳ,ଶିକ୍ଷୟିତ୍ରୀ ସୁଚିସ୍ମିତା ପାତ୍ର ଉପସ୍ଥିତ ରହି ପିଲାଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ ା ସେହିପରି ବିଂଝଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଜୋତ୍ସାଦେବୀଙ୍କ ତତ୍ବାବଧାନ ରେ ଏହି ଦିବସ ପାଳିତ ହୋଇଥିବା ବେଳେ ତୁରୁମୁ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଦିଲ୍ଲିପ ମିଶ୍ର, ଶିକ୍ଷକ ପଦ୍ମନାଭ ପ୍ରଧାନ, ଶିକ୍ଷୟିତ୍ରୀ ଶୁଭଶ୍ରୀ ମିଶ୍ର, ସି.ଆର୍.ସି.ସିି ମନୋଜ ଗୌଡ ଙ୍କ ଉପସ୍ଥିତିରେ ଏହା ପାଳନ ହେବାସହ ,ସାମରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦିବାକର ସେଠୀଙ୍କ ନେତୃତ୍ବରେ ଏହି ସମ୍ବିଧାନ ଦିବସ ପାଳିତ ହୋଇଥିଲା ାା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ