ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପକ୍ଷରୁ

ଛତ୍ରପୁର, (ଦେବଦତ୍ତ ମହାରଣା) : କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନକୁ ଆଜି ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ୬ ଦଫା ଦାବି ନେଇ ସଭାପତି ଶ୍ରୀହର୍ଷ ରଥଙ୍କ ନେତୃତ୍ୱରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ଫସଲର ତୁରନ୍ତ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ, କ୍ଷତିପୂରଣ ଚାଷୀଙ୍କୁ ସମୟ ଉପେଯାଗୀ କରାଯାଇ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିବା, ବାରହା, ହାତୀ ତଥା ଅନ୍ୟ ବନ୍ୟଯନ୍ତୁଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ଏହାର ନିରାକରଣ ସ୍ଥାୟୀ ବ୍ୟବସ୍ଥାକରାଯାଉ, କୃଷି ବୀମା କରିଥିବା ଚାଷୀଙ୍କର ଫସଲ କ୍ଷତିର ଆକଳନ କରି କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉ, ବିକ୍ରୟ ବେଳେ ଧାନର ଧାର୍ଯ୍ୟମାନଦଣ୍ଡକୁ କୋହଳ କରାଯାଉ, ଚାଷୀ ଓ ଭାଗଚାଷୀଙ୍କ ଠାରୁ ସମସ୍ତ ଧାନ ସରକାରୀ ଦରରେ କିଣିବାର ବ୍ୟବସ୍ଥା କରିବା , ଆଗାମୀ ରବି ଫସଲ ନିମନ୍ତେ ମାଗଣାରେ ଚାଷୀଙ୍କୁ ବିହନ, ସାର ଓ କୀଟନାଶକ ଔଷଧ ଇତ୍ୟାଦି ପ୍ରଦାନ କରାଯିବା, କ୍ଷତିଗ୍ରସ୍ତ ଚାଷୀଙ୍କର ଋଣ ଛାଡ କରାଯିବା ସହ ଆଗାମୀ ଫସଲ ପାଇଁ ସୁଧମୁକ୍ତ ଋଣ ପ୍ରଦାନ କରିବା ସମେତ ବିଭିନ୍ନ ଦାବି ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ବେଳେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ସହ ସମ୍ପାଦକ ସୁଦର୍ଶନ ସ୍ୱାଇଁ, ଏଆଇକେଏସ ର ନେତା ନୀଳକଣ୍ଠ ଦାଶ, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡି, ଡି. ଆଦି ନାରାୟଣ ରେଡ୍ଡି, ସି.ଏଚ୍‌. ଜନାର୍ଦ୍ଦନ ରେଡ୍ଡି, ପୂର୍ବତନ ସରପଞ୍ଚ ଦୁର୍ଯ୍ୟଧନ ପରିଡା. ରାଜେନ୍ଦ୍ର ନାହାକ, ଭଗବାନ ରାଉତ, କିଶୋର କୁମାର ଶତପଥି, ଏସ୍‌. କ୍ରିଷ୍ଣା ରେଡ୍ଡି, ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ବିଦ୍ୟାଧର ବେହେରା, ଶରତ ପଟ୍ଟନାୟକ, ପୂର୍ଣ୍ଣ ରଥ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଚାଷୀ ଓ ଚାଷୀନେତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ