ପୋଷ୍ୟ ସନ୍ତାନ ନିୟମାବଳୀ ସଚେତନତା କର୍ମଶାଳା
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ପୋଷ୍ୟ ସନ୍ତାନ ନିୟମାବଳି ସଚେତନା କର୍ମସାଳା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିଖାରୀ ସାଧନ ଚନ୍ଦ୍ର ଦାଶ, ଗଞ୍ଜାମ ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ହରିହର ପାଢୀ ଓ ସିଏଚ ଜ୍ୟୋତି କୁମାରୀ, ଛତ୍ରପୁର କିଶୋର ନ୍ୟାୟ ବୋର୍ଡର ଅଳକା ମିଶ୍ର, ବିଭୂ ପ୍ରସାଦ ସାମନ୍ତରାୟ ଯୋଗ ଦେଇ ପୋଷ୍ୟ ସନ୍ତାନ ଗ୍ରହଣର ସମସ୍ତ ନିୟମ ବିଷୟରେ ସଚେତନତା ସୃଷ୍ଠି କରିବା ପାଇଁ ଆହ୍ୱାନ ଦେଇଥିଲେ । ସାଧନ ବ୍ୟକ୍ତି ରୂପେ ଅମୀୟ କୁମାର ତ୍ରିପାଠୀ ଏହି ନିୟମରେ ଥିବା ପ୍ରତେୟକ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୂ ସୁରକ୍ଷା କାର୍ଯ୍ୟାଳୟର ସୁଶାନ୍ତ କୁମାର ସାହୁ, ଶିବ ପ୍ରସାଦ ରଥ, ସୁଦାମ ପାଣିଗ୍ରାହୀ ପରିଚାଳନାରେ ସହ ଯୋଗ କରିଥିଲେ ।


