ଭଞ୍ଜନଗର ଅଞ୍ଚଳର ବିକାଶ ପାଇଁ ବାଟ ଫିଟିଲା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : କୋଭିଡ ମହାମାରୀ ସମୟରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଜନସାଧାରଣଙ୍କ ଜୀବନଜୀବିକା, ଅର୍ଥ ଉପାର୍ଜନର ସୁଯୋଗ ସୃଷ୍ଟି,ଏନ୍ଏସିର ଭିତ୍ତିଭୂମି ବିକାଶ ନିମନ୍ତେ ଏକାଧିକ ଜନକଲ୍ୟାଣ ପ୍ରକଳ୍ପ ଯଥା ମିନି ପାର୍କ, ଜିମ, ଶିଶୁ ଉଦ୍ୟାନ, ଖେଳସାମଗ୍ରୀ, ରାସ୍ତାଘାଟ, ଜଳାଶୟ, ଖେଳପଡିଆ, ଶୌଚାଳୟ, ଭେଣ୍ଡିଂ ଜୋନ, ରାସ୍ତା, ଡ୍ରେନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିର୍ମାଣର ଆବଶ୍ୟକତା ରହିଛି । ଏହାକୁ ଆଖି ଆଗରେ ରଖି ଜନସାଧାରଣଙ୍କ ଆପୋଷ ଆଲୋଚନା ଓ ସହମତି ଭିତ୍ତିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଭିତ୍ତିଭୂମି ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିବେଦନ କରିଥିଲେ । ଏହି ୪୪ଟି ପ୍ରକଳ୍ପ ପାଇଁ ମୋଟ ୩କୋଟି ୨୨ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ବିଜ୍ଞାପିତ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ମନରେ ଆନନ୍ଦ ଉଲ୍ଲାସ ପରିଲକ୍ଷିତ ହୋଇଛି । ୪୪ ଟି ପ୍ରକଳ୍ପ ମଧ୍ୟରୁ ଶିଶୁ ଖେଳପଡିଆ, ୪ଟି ପବ୍ଲିକ ଜିମ , ୪ଟି ଶିଶୁ କ୍ରୀଡା ଉଦ୍ୟାନ, ସହରର ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଶୌଚାଳୟ , ରାସ୍ତାକଡ଼ରେ ବିକ୍ରୟ କରୁଥିବା ବ୍ୟବସାୟୀ ପାଇଁ ଭେଣ୍ଡିଂ ଜୋନ, ୫୦ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ଡ୍ରେନ, ରାସ୍ତା, କ୍ଷୁଦ୍ର ପାର୍କ, ପ୍ରାତଃ ଭ୍ରମଣ ତଥା ପାଦ ଚଲା ରାସ୍ତା ନିମନ୍ତେ ୬ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଆରୁଖ ସୂଚନା ଦେଇଛନ୍ତି । ସହରବାସୀ ଏହି ପରିପେକ୍ଷୀରେ କର୍ମ ନିଯୁକ୍ତି ପାଇବା ସହ ଜୀବିକା ଉପାର୍ଜନରେ ଏହା ବେଶ ସହାୟ ହେବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ସାଂସଦ ପ୍ରତିନିଧି ଦିବାକର ନାୟକ, ଭଞ୍ଜନଗର ବିଜେଡି ଯୁବ ସଭାପତି ସୁଧୀର ରଞ୍ଜନ ବେହେରା,ନଗର ବିଜେଡି ମହିଳା ସଭାନେତ୍ରୀ ସୁଜ୍ଞାନୀ କୁମାରୀ ଗୌଡ଼, ଶୂଳପାଣି ଶତପଥୀ , ପଞ୍ଚାନନ ପାଳ, ପ୍ରଣୟ ଦାସ, ସୁରେନ୍ଦ୍ର ରାଉତ, ଭୋଳା ବିଷୋୟୀ, ଚିଦାନନ୍ଦ ସ୍ୱାଇଁଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ