ଦକ୍ଷତା ବିକାଶ ଯୋଜନାରେ ତାଲିମ ପାଇଁ ୪୨ ଜଣ ମନୋନୀତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ଗ୍ରାମାଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରି ଦକ୍ଷତା ବିକାଶ ସହ କର୍ମ ନିଯୁକ୍ତି ନିମନ୍ତେ ବ୍ୟାପକ ସୁଯୋଗ ସୃଷ୍ଟି କରାଯାଇଛି।ଏହି କ୍ରମରେ ସ୍ଥାନୀୟ ହିଞ୍ଜିଳି ବ୍ଲକର ଦୁର୍ବନ୍ଧ ପଞ୍ଚାୟତରେ ତାଲିମ ସହ ନିଯୁକ୍ତି ନିମନ୍ତେ ଶୁକ୍ରବାର ଏକ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା।ହିଞ୍ଜିଳି ବିଡିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ବ୍ଲକ ପ୍ରକଳ୍ପ ଅଧିକାରୀ ରବୀନ୍ଦ୍ର ନାଥ ପାତ୍ର ଓ ପ୍ରଗତି ସହାୟକ ରାମଚନ୍ଦ୍ର ରଥଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ରଞ୍ଜୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ସ୍ଥାନୀୟ ବ୍ଲକର ଦୁର୍ବନ୍ଧ,ଦୟାପଲ୍ଲୀ ଓ ଦାରୁଭଦ୍ରା ପଞ୍ଚାୟତର ୮୦ ଜଣ ଯୁବକ ଯୁବତୀ ବିଭିନ୍ନ କର୍ମ ନିଯୁକ୍ତି ସଂସ୍ଥାରେ ନାମ ପଞ୍ଜିକରଣ କରିଥିଲେ।ସେଥି ମଧ୍ୟରୁ ୩ ଟି ପ୍ରାୟୋଜିତ ସଂସ୍ଥାରେ ୪୨ ଜଣ ଶିକ୍ଷିତ ଯୁବକ ଯୁବତୀ ତାଲିମ ଓ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ।।ଏହି କାର୍ଯ୍ୟକ୍ରମରେ ସଭ୍ୟା ଝିଲି ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଇ.ଶଙ୍କର ରାଓ,କାଳୁ ଚରଣ ବେହେରା,ରାମହରି ଶର୍ମା,ବିପିଏମ ସଂଧ୍ୟାରଣୀ ହରିଚନ୍ଦନ,ବିଏଫଟି ବୃନ୍ଦାବନ ଗୌଡ଼,ସନ୍ତୋସିନୀ ମହାରଣା, ଅମର ପ୍ରଧାନ ପ୍ରମୁଖଙ୍କ ସମେତ ଗାଁ ସାଥି ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ