ଆମ୍ବୁଲାନ୍ସକୁ ଧକ୍କା ଦେଲା ଇଣ୍ଟରସିଟି ଟ୍ରେନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସୀମାନ୍ତବର୍ତ୍ତୀ ତଥା ଆନ୍ଧ୍ର ପ୍ରଦେଶର ପଲାସା ଷ୍ଟେସନ ଫାଟକ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଆମ୍ବୁଲାନ୍ସକୁ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଧକ୍କା ଦେଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଉକ୍ତ ଆମ୍ବୁଲାନ୍ସଟି ବିଶାଖାପାଟଣା ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପଲାସା ରେଳ ଷ୍ଟେସନ ଅତି ନିକଟରେ ଥିବା ରେଳ ଫାଟକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଘଟିଥିବା ରେଳଫାଟକ ଠାରୁ ପଲାସା ଷ୍ଟେସନ ମାତ୍ର ୫୦୦ମିଟର ଦୂରତାରେ ଅବସ୍ଥିତ । ଦୁର୍ଘଟଣା ହେବାପରେ ଆମ୍ବଲାନ୍ସଟିକୁ ପ୍ରାୟ ୫୦୦ମିଟର ଦୂରରେ ଥିବା ରେଳଷ୍ଟେସନ ପର୍ଯ୍ୟନ୍ତ ଟ୍ରେନଟି ଘୋଷାଡି ନେଇଥିଲା । ତେବେ ରେଳ ଫାଟକ ରକ୍ଷକଙ୍କ ଖାମଖିଆଲି ମନବୃତ୍ତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି । ହେଲେ ଆମ୍ବୁଲାନ୍ସ ଚାଳକ ଉପସ୍ଥିତ ବୁଦ୍ଧିଖଟାଇ କୌଣସି ମତେ ବର୍ତ୍ତି ଯାଇଥିବାର ଜଣାପଡିଛି । ଟ୍ରେନ୍‌ଟି ବିଶାଖାପାଟଣାରୁ-ଭୁବନେଶ୍ୱର ଯାତାୟତ କରୁଥିବା ଇଣ୍ଟରସିଟି ଏକ୍ସପ୍ରେସ ବୋଲି ଜଣାପଡିଛି । ଦୁର୍ଘଟଣାକୁ ଦେଖି ପଲାସା ରେଳଷ୍ଟେସନରେ ଅପେକ୍ଷାରତ ଯାତ୍ରୀମାନେ ଚକିତ ହୋଇଯାଇଥିବା ବେଳେ ଭିଡିଓ ଉତ୍ତଳନ କରି ସୋସିଆଲମିଡିଆରେ ଭାଇରାଲ କରୁଥିବାର ଜଣାପଡିଛି । ଘଟଣାଟି ଗଜପତି ଜିଲ୍ଲା ସୀମାନ୍ତ ତଥା ଆନ୍ଧ୍ରର ପଲାସା ରେଳଷ୍ଟେସନକୁ ପାରଳା ସହର ବ୍ୟତୀତ ଗଜପତି ଜିଲ୍ଲାର ବହୁ ଯାତ୍ରୀ ଏହି ଷ୍ଟେସନ ଉପରେ ନିର୍ଭର କରୁଥିବାରୁ ଏହା ଜିଲ୍ଲାରେ ଆଲୋଚିତ ବିଷୟବସ୍ତୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ