୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ପକ୍ଷରୁ ୧୩କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବାର ଜଣାପଡିଛି । ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତ ଅନ୍ତ୍ରଗତ ତିଲିକର ମୌଜା ଅଞ୍ଚଳର ପ୍ରାୟ ୬୬ ଏକର ଜମିରେ ଏହି ଚାଷ ହେଉଥିଲା । ଖବର ପାଇ ଆର୍.ଉଦୟଗିରି ଥାନା ପୋଲିସ, ଅବକାରୀ, ବନବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ମିଳିତ ଚଢାଉ କରିଥିଲେ । ଏହି ଚଢାଉ ବେଳେ ଆର୍.ଉଦୟଗିରି ତହସିଲଦାର ତଥା ମାଜିଷ୍ଟେଟ ଦାୟିତ୍ୱରେ ଥିବା ନାରାୟଣ ବେହେରା, ସମ୍ବଲପୁରର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିବାର ଆର୍.ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି ।


