ବିଜୁ ଜନତା ଦଳରେ ସାମିଲ ହେଲେ ୨୦୦ ରୁ ଉର୍ଦ୍ଧ୍ବ ପରିବାର

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବଡ ପଙ୍କଳବାଡ଼ି ଗ୍ରାମର ଗଙ୍ଗା ଯମୁନା ସାହିରେ ନଭେମ୍ବର ୨୯ ତାରିଖ ଦିନ ଅପରାହ୍ନରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବଡ ପଙ୍କଳବାଡ଼ି ଗ୍ରାମର ବୃନ୍ଦାବନ ବେହେରା ଓ ସୁଶାନ୍ତ ମହାରଣାଙ୍କ ନେତୃତ୍ୱରେ ଗଙ୍ଗା ଯମୁନା ସାହିର ୨୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଓ ସମର୍ଥକ ପରିବାର ଜାତୀୟ ଦଳ ତ୍ୟାଗ କରି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବିଧାୟକ ଶ୍ରୀ ସାହୁଙ୍କ ଜନସମ୍ପର୍କ ଓ ଜନହିତକର କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜେପିର ଡିଜିଟାଲ ସେକ୍ରେଟାରୀ ବୃନ୍ଦାବନ ବେହେରା ଓ ଶୁଶାନ୍ତ ମହାରଣାଙ୍କ ସମେତ ବନମାଳୀ ପ୍ରଧାନ, ଶଙ୍କର ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ସୁଦାମ ସ୍ବାଇଁ, ରୀଙ୍କୁ ଜେନା, ରବୀନ୍ଦ୍ର ମହାପାତ୍ର, ପପୁ ମହାପାତ୍ର, ଶିବ ପ୍ରସାଦ ମହାପାତ୍ର, ଶଙ୍କର ମହାପାତ୍ର, ଅଜିତ ଡାକୁଆ ଙ୍କସମେତ ୨୦୦ ପରିବାର ବିଜଡିରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ। ବିଧାୟକ ଶ୍ରୀ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରି ବିଜୁ ଜନତା ଦଳରେ ସାମିଲ କରାଯିବା ଘୋଷଣା କରିଥିଲେ। ଏହି ମିଶ୍ରଣ ପର୍ବ ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ଳକ ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠି, ଉପାଧକ୍ଷା ସଂଯୁକ୍ତା ବାଡ଼ତ୍ୟା, କେନ୍ଦୁବାଡି ସରପଞ୍ଚ ବିଜୟ କୁମାର ସ୍ଵାଇଁ, ଅବନୀ ପାତ୍ର, ସରପଞ୍ଚ ରଞ୍ଜୟ ପାଣିଗ୍ରାହୀ, ରଞ୍ଜିତ ବାରିକ, ଅଭିମନ୍ୟୁ ପ୍ରଧାନ, ସୋମନାଥ ଡାକୁଆ, ସମିତି ସଭ୍ୟ ପ୍ରତିନିଧି ସଞ୍ଜୟ ପ୍ରଧାନ, ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ବଡ ପଙ୍କଳବାଡ଼ିର ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ