ଗଜପତିରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏ ନେଇ ଏକ ସଚେତନ ସଭା ଅନୁଷ୍ଟିତ ହୋଇଥିଲା । ସିଡିଏମଓ ଡଃ.ପ୍ରଦୀପ କୁମାର ପାତ୍ର,ଡିପିଏଚଓ ଡଃ.ମୁବାରକ ଅଲ୍ଲୀ,ଏଡିପିଏଚଓ ଡଃ.ମହେନ୍ଦ୍ର ମାଝୀ,ଡଃ.ପ୍ରମୋଦ ପଣ୍ଡା,ଡଃ.ଏନ.ରବିବାବୁ,ଡଃ.ରବିନାରାୟଣ ଦାସ ପ୍ରମୁଖଙ୍କ ସମେତ ସ୍ୱାସଥ୍ୟ ବିଭଗର ବିଭିନ୍ନ କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା,ଗଜପତି କଲେଜ ଏବଂ ମହିଳା କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଯୋଗ ଦେଇଥିଲେ । ଏଚଆଇଭି ସଚେତନତା ବାର୍ତ୍ତା ସହ ସଚେତନତା ପାଇଁ ଏକ ବକ୍ତୃତା ପ୍ରତାଯୋଗୀତା ଆୟୋଜିତ ହୋଇଥିଲା । କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସମ୍ମାନୀତ କରାଯାଇଥିଲା । ସେହିପରି ପାରଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଏଡ୍‌ସ ସଚେତନତା ପାଇଁ ଏକ ର‌୍ୟାଲି ପାରଳା ସହର ପରିକ୍ରମା କରିଥିଲା । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଧ୍ୟକ୍ଷା ଅମ୍ବିକାଦେବୀଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା ର‌୍ୟାଲିରେ ଅଧ୍ୟାପକ ଡ. ନୃସିଂହ ପ୍ରସାଦ ପାଣିଗ୍ରାହୀ, ରେଡକ୍ରସର ସଂଯୋଜିକା ସଂଜୁକ୍ତା ପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ