ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀ ମାନଙ୍କ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା) : ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ବେଶ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ଗତ ଲଗାଣ ବର୍ଷା ରେ ବହୁ ଫସଲ ନଷ୍ଟ ହୋଇଯାଇଥିବା ବେଳେ ସମ୍ଭାବ୍ୟ ବର୍ଷାରେ ଚାଷୀଙ୍କ ଫସଲ ଯେପରି ନଷ୍ଟ ନ ହେବ ସେଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଜରୁରୀ ବୈଠକ ମାଧ୍ୟମରେ ସମସ୍ତ ଅଧିକାରୀ ମାନଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବୁଧୁବାର ଛତ୍ରପୁର ବ୍ଲକ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ସଚେତନତା ରଥକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ ଶୁଭାରମ୍ଭ କରିଛନ୍ତି । ଏହି ରଥ ଛତ୍ରପୁର ବ୍ଲକର ୧୮ ଟି ପଂଚାୟତ ବୁଲି ଆସନ୍ତା ୩ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବର୍ଷା ଯୋଗୁଁ ଚାଷୀ ମାନେ କାଟିଥିବା ଧାନକୁ ବିଡା କରି ନିରାପଦ ସ୍ଥାନକୁ ନେବା ନିମନ୍ତେ ସଚେତନତା କରିବ । ଏହା ସହ ଧାନ ବିଡାକୁ ପଲିଥିନ୍ ଘୋଡାଇ ରଖିବା ଓ କଟାଯାଇଥିବା ଧାନକୁ ଉଚ୍ଚା ସ୍ଥାନରେ ରଖିବା ପାଇଁ ଏହି ରଥ ସଚେତନତା କରିବ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଗୋଷ୍ଠୀ କୃଷି ଅଧିକାରୀ ରାଧା ଗୋବିନ୍ଦ ଦେ, ସହକାରୀ କୃଷି ଅଧିକାରୀ ସୌଦାମିନୀ ପଣ୍ଡା, କୃଷି ଓଭରସିୟର ଦୁର୍ଗା ପ୍ରସାଦ ପ୍ରଧାନ, ଏଟିଏମ ସୋନାଲି ପ୍ରିୟଦର୍ଶିନୀ ମହାନ୍ତି ଓ ସୋମଦତ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ