ମୂକ-ବଧିର ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ବିଶ୍ଵ ଏଡ୍’ସର ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜିର ଦିବସକୁ ସାରା ବିଶ୍ଵ ଏଡ୍’ସ ର ଦିବସ ଭାବେ ପାଳନ କରୁଥିଲାବେଳେ ଏହି ଦିବସ ଉପଲକ୍ଷେ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ତରଫରୁ ସତ୍ୟଭାମା ଦେବୀ ମୂକ-ବଧିର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ନିରୋଜାଲକ୍ଷ୍ମୀ ମହାପାତ୍ର ଓ ଓଡିଶା ପତିତା ଉଦ୍ଧାର ସମିତିର କର୍ମକର୍ତ୍ତା ମାନେ ଯୋଗଦାନ କରି ଏଡ୍’ସ ର ସମ୍ପର୍କରେ ମୂକ-ବଧିର ଛାତ୍ର ଓ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଉକ୍ତ ସମିତିର କର୍ମକର୍ତ୍ତା ଛାତ୍ରଛାତ୍ରୀ ମାନଙ୍କୁ ଜଣାଇଥିଲେ ଯେ ଏଡ୍’ସ ରର ବାହକ କିଏ ଓ ଏଡ୍’ସ ର କିପରି ବ୍ୟାପେ ଏବଂ ଏହି ବ୍ୟାଧିର ସୃଷ୍ଟି କେବେଠାରୁ ହୋଇଛି ଆଜି ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଏଡ୍’ସ ରଭୟାବହତା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ଉକ୍ତ ରୋଗ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବାରୁ ସଚେତନତା ହିଁ ମହୌଷଧି ବୋଲି ଛାତ୍ର ଓ ଛାତ୍ରୀ ମାନଙ୍କୁ ଜଣାଇଥିଲେ ଏବଂ ନିଜେ ସଚେତନ ହେଲେ ଏହି ରୋଗ ବ୍ୟାପିବ ନାହିଁ ବୋଲି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ଉଲ୍ଲେଖନୀୟ ଯେ ଆଜି ସାରା ରାଜ୍ୟରେ ଉକ୍ତ ଦିବସକୁ ଧୂମ୍ ଧାମ୍ ରେ ସାଧାରଣ ଲୋକଙ୍କ ମଧ୍ୟରେ ବିଭିନ୍ନ ବେସରକାରୀ ସଂସ୍ଥାଦ୍ଵାରା ପାଳନ କରାଯାଉଥିଲାବେଳେ ଓ ଏହି ଦିବସ ପାଇଁ ରାଜ୍ୟ ସରକାରଙ୍କର ଓଡିଶା ଏଡ୍’ସ ର ନିୟନ୍ତ୍ରଣ ସୋସାଇଟି କୋଟି କୋଟି ଟଙ୍କା ସାଧାରଣ ଲୋକଙ୍କ ସଚେତନତା ପାଇଁ ବ୍ୟୟ କରୁଥିଲା ବେଳେ କହିପାରୁନଥିବା ଓ ଶୁଣିପାରୁନଥିବା ଯୁବକ ଓ ଯୁବତୀ ମାନଙ୍କୁ ଏହି ରୋଗ ସମ୍ପର୍କରେ ସଚେତନ କରାଇବାପାଇଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ନିରୋଜାଲକ୍ଷ୍ମୀ ମହାପାତ୍ର କ୍ଷୋଭୋ ପ୍ରକାଶ କରିଥିଲେ ଏବଂ ଯୋଗଦାନ କରିଥିବା ଅତିଥି ମାନଙ୍କ ଭାଷଣକୁ ଉକ୍ତ ମହାବିଦ୍ୟାଳୟର ଅଧ୍ୟାପିକା ମିନାକ୍ଷୀ ଶେଷାଦ୍ରି ମଲ୍ଲ ଛାତ୍ରଛାତ୍ରୀ ମାନଙ୍କୁ ସାଙ୍କେତିକ ଭାଷାର ଅବଗତ କରାଇଥିଲେ ଓ ସଭା ଶେଷରେ କଲେଜର ଅଧ୍ୟାପକ ପୂର୍ଣ୍ଣେନ୍ଦୁ ଶେଖର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।