ଗଜପତିରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ପ୍ରଥମ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅକ୍ସନ୍ ଏଡ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାରେ ପ୍ରଥମ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୧ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ବାଲ୍ୟ ବିବାହକୁ ରୋକିବା ପାଇଁ ଏହା ଏକ ସ୍ୱାଗତ ଯୋଗ ପଦକ୍ଷେପ ବୋଲି କହିଥିଲେ ଓ ଯେଉଁମାନେ ନିଜର ବାଲ୍ୟବିବାହକୁ ରୋକି ପାରିଛନ୍ତି ସେମାନଙ୍କୁ ନେଇ ଏହି ମଞ୍ଚ ଗଠିତ ହୋଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ବାଲ୍ୟବିବାହ ମୁକ୍ତ ଜିଲ୍ଲା ଆମ ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ପ୍ରତ୍ୟେକଟି କ୍ଷେତ୍ରରେ ମୁଁ ସମସ୍ତଙ୍କ ସହିତ ଅଛି କହି ଉତ୍ସାହିତ କରିଥିଲେ । ଯେଉଁ ଝିଅମାନେ ନିଜକୁ ବାଲ୍ୟବିବାହରୁ ବଞ୍ଚାଇ ଏହି ମଞ୍ଚରେ ସାମିଲ ହୋଇଛନ୍ତି ସେମାନଙ୍କୁ ସମ୍ମାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ବଲ୍ୟା ବିବାହକୁ ରୋକିବା ଏବଂ ଶିଶୁ ସୁରକ୍ଷାରେ ସମ୍ପୃକ୍ତ ଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହି ଅବସରରେ ଜିଲ୍ଲାପାଳ ବାଲ୍ୟବିବାହକୁ ନ କହିଥିବା ଓ ବାଲ୍ୟବିବାହକୁ ରୋକିବା କ୍ଷେତ୍ରରେ ସହଯୋଗ କରୁଥିବା କିଶୋରୀ ବାଳିକାମାନଙ୍କୁ ସମ୍ମାନ ପ୍ତର୍ ଦେଇ ସମ୍ମାନିତ କରିଥିଲେ । ଏଥି ସହିତ ବାଲ୍ୟବିବାହକୁ ନା କହିବା ପ୍ଲାକାର୍ଡ ଜିଲ୍ଲାପାଳ ଏବଂ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତୀ ଦେଇ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସମସ୍ତ ପଞ୍ଚାୟତ ସମିତିର ଶିଶୁ ବାକାଶ ପ୍ରକଳ୍ପ ଅଧିକାରିଣୀ ସହିତ କିଶୋରୀ ବାଳିକ ଉପସ୍ଥି ରହି ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ମାଧ୍ୟମରେ ଜିଲ୍ଲାକୁ କିପରି ବାଲ୍ୟ ବାହ ମୁକ୍ତ ଜିଲ୍ଲା ଘୋଷଣା କରାଯିବ ସେଥିପାଇଁ ସମସ୍ତେ ଅଙ୍ଗୀକାର ବଦ୍ଧ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏକ୍ସନ ଏଡ୍ର ଜିଲ୍ଲା ପ୍ରତିନିଧି ବିକାଶ କୁମାର ମହେର ଓ ୟୁଏନ୍ଏଫ୍ପିଏର ଜିଲ୍ଲା ପ୍ରତିନିଧି ସଂଯୁକ୍ତା ତ୍ରିପାଠୀ ପରିଚାଳନା କରିଥିଲେ ।