ଘରେ ଘରେ ଲକ୍ଷ୍ମୀ ପୂଜା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା ମୋହନା, ଆର୍.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣୀ, କାଶୀନଗର ଓ ଗୁମ୍ମା ଏବଂ କାଶୀନଗର ଏନ୍ଏସିରେ ଆଜି ମାର୍ଗଶୀର ମାସ ଗୁରୁବାର ୩ୟ ପାଳିରେ ଶ୍ରୀ ମହାଲକ୍ଷ୍ମୀଙ୍କ ଗୁରୁବାର ବ୍ରତ ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳିତ ହୋଇଯାଇଛି । ଆଜି ଭୋର ସକାଳୁ ମହିଳାମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ମହାଲକ୍ଷ୍ମୀ ବ୍ରତ ବା ପୂଜା ଆରମ୍ଭ କରିିଥିଲେ । ମଧ୍ୟାହ୍ନ ସମୟରେ ମହିିଳାମାନେ ମାତା ଶ୍ରୀ ମହାଲକ୍ଷ୍ମୀଙ୍କୁ ପ୍ରତ୍ୟେକ ଘରେ ଘରେ ଖଟୁଲିରେ ସଜାଯାଇ ଫଳ, ପୁଷ୍ପ ଓ ପ୍ରଦୀପ ଜଳାଇ ପୂଜାର୍ଚ୍ଚନା ସହ ଅତ୍ୟନ୍ତ ଭକ୍ତିପୂତ ଭାବେ ବ୍ରତ ପାଳନ କରୁଥିବା ଲକ୍ଷ୍ୟ କରାଯାଇଥିଲା ।