ସମାଜସେବୀକା ମଞ୍ଜୁଲତା ମହାନ୍ତିଙ୍କ ଅକାଳ ବିୟୋଗ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ସମାଜସେବୀକା ତଥା ଧର୍ମପରାୟଣ ମହିଳା ମଞ୍ଜୁଲତା ମହାନ୍ତିଙ୍କର ଗତ ମଙ୍ଗଳବାର ସନ୍ଧ୍ୟାରେ କଟକ ବଡମେଡିକାଲରେ ଅକାଳ ବିୟୋଗ ଘଟିଛି ତାଙ୍କ ମରୀରକୁ ଗ୍ରାମକୁ ଅଣାଯାଇ ଶୋକାକୂଳ ପରିବେଶରେ କୋଭିଡ ଗାଇଡ୍ ଲାଇନ ମଧ୍ୟରେ ଅନ୍ତିମ ସତ୍କାର କରାଯାଥିଲା ବଡ ପୁଅ ଶୁଭକାନ୍ତ ମୁଖାଗ୍ନି ଦେଇଥିଲେ ମ୍ରୁତ୍ୟୁ ଶର୍ଯ୍ୟା ନିକରରେ ସ୍ବାମୀ ସତ୍ୟବ୍ରତ, ସାନବାପା ବିମ୍ବାଧର, ମଉସା, ମାଉସୀ, ପିଉସୀଙ୍କ ସମେତ ଆତ୍ମିୟଯ୍ବଜନ ଉପସ୍ଥିତ ଥିଲେ ଖବର ପାଇ ସରପଞ୍ଚ ଅଶୋକ ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକ୍ରୁଷ୍ଣ ମହାନ୍ତି, ଶିକ୍ଷକ ଦେବାଶିଷ ଆଚାର୍ଯ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଗତ କିଛି ତଳେ ସେ ଗଳାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବରସ୍ଥିତ କିମ୍ସ, ଆପୋଲୋ, ଏମ୍ସ୍ , କଟକସ୍ଥିତ ସାଇ ହଯପିଟାଲ ନିଯାଇଥିଲା ଶେଷରେ ନଭେମ୍ବର ୨୮ରେ କଟକ ବଡମେଡିକାଲକୁ ନିଆଯାଇଥିଲା ସେଠାରେ ଦୀର୍ଘ ୧୦ ଦିନ ରହିବା ମଧ୍ୟରେ ବିିଭିନ୍ନ ପରୀକ୍ଷା କରାଯାଇଥିଲା ମାତ୍ର ଡାକ୍ତର ସଠିକ୍ ରୋଗ ଚିହ୍ନଟ କରି ପାରିନଥିଲେ ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା ସେ ଜଣେ ପରୋପକାରୀ, ସ୍ପଷ୍ଟବାଦୀ ଓ ମେଳାପୀ ମହିଳା ଥିଲେ ସେ ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ବିଜେଡି ସମର୍ଥନରେ ନିଳୋକ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି


