ଗୋଷାଣୀ ବ୍ଲକରେ ତୃତୀୟ ଏବଂ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତୃତୀୟ ଏବଂ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ବୃତ୍ତି ପରୀକ୍ଷା ହୋଇଯାଇ ଅଛି । ଏହି ବୃତ୍ତି ପରୀକ୍ଷାରେ ତୃତୀୟ ଶ୍ରେଣୀର ୧୪୨ ଜଣ ଛାତ୍ରଛାତ୍ରୀ ଏବଂ ପଞ୍ଚମ ଶ୍ରେଣୀର ୧୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗନେଇଥିଲେ । । ଏହି ସମୟରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶିବାଜି କହଁର ତାଙ୍କ ସହିତ ଡି. ମନମ୍ନଥ ରାଓ ଏବଂ ସମସ୍ତ ସିଆର୍ସି ଉପସ୍ଥିତ ରହିଥିଲେ ।