କାଶୀନଗରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନାର ବାର୍ତ୍ତା ନେଇ ଗଜପତି ଜିଲ୍ଲା କାଶୀନଗର ବ୍ଲକାଞ୍ଚଳରେ ଏକ ସଚେତନତା ରଥ ପରିକ୍ରମା କରିବା ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ସଚେତନତା ରଥ ପ୍ରଥମ ଦିନରେ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରୁ ବ।ହାରି ବ୍ଲକର ଖାଣ୍ଡବା, ବୁଦୁରା, ଗୋରିବନ୍ଧା, କେ.ସୀତ।ପୁର, ଖାରଡା ଆଦି ଗ୍ରାମପଞ୍ଚାୟତ ପରିକ୍ରମା କରିଥିଲା । ଏହି ରଥର ଶୁଭାରମ୍ଭ ବେଳେ କୃଷକ ସମାଜ ସଭାପତି ହୃଷିକେଶ ଗୌଡ, କୃଷି ବିଭାଗୀୟ ଅଧିକ।।ରୀ ତଥା ଓଭରସିୟର ଡି.ସୁରେନ୍ଦ୍ର ରାଓ, ର।।ଜ କୁମାର, ଉପେନ୍ଦ୍ର ମଣ୍ଡଳ, ଶୋଭନ କୁମାର ଜେନା, ର।ଜେନ୍ଦ୍ର ପାତ୍ର, ସ୍ମରଣିକା ସ।ହୁ, ରଘୁନାଥ ଆପଟଙ୍କ ସମେତ ଅଗ୍ରଣୀ ଚାଷୀ ସୁବାସ ବିଶ୍ୱାସରାୟ, ର।ଜେଶ ପଟ୍ଟନାୟକ, କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ରଥ ପରିକ୍ରମା କରିବ । ଫସଲ ନଷ୍ଟ ହେଲେ ଆର୍ଥିକ ସ।ହାଯ୍ୟ ଦିଆଯିବାର ବୀମା ଯୋଜନାରେ ରହିିଥିବା କୃଷି କର୍ମଚାରୀମାନେ ପ୍ରକ।ଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ