ଗଜପତିରେ ଦିବ୍ୟକାଶୀ ଭବ୍ୟକାଶୀ କୋରିଡରର ସିଧାପ୍ରସାରଣ ଦେଖିଲେ ସନ୍ଥ ଓ ଜିଲ୍ଲା ଭାଜପା ମଣ୍ଡଳୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ବଡରାଧାକାନ୍ତ ମଠ ପରିସରେ ଦିବ୍ୟକାଶୀ ଭବ୍ୟକାଶୀ କୋରିଡରର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଟେଲିକାଷ୍ଟର ସିଧାପ୍ରସାରଣ ଗଜପତି ଜିଲ୍ଲା ଭାଜପା ମଣ୍ଡଳୀ ଦେଖିଥିବାର ଜଣାପଡିଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ନେତୃତ୍ୱ ମଣ୍ଡଳୀ ଏହି ମଠ ଠାରେ ଏକତ୍ରିତ ହୋଇ ଟେଲିଭିଜନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟକାଶୀ ଭବ୍ୟକାଶୀ କରିଡୋର ଉଦ୍‌ଘାଟନ କରୁଥିବା ଦୃଶ୍ୟକୁ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମଠର ମହନ୍ତ ଯଥା ଯୋଶଦାନନ୍ଦନ ଦାସଜୀ, ଦାମୋଦର ଦାସଜୀ, ଲକ୍ଷ୍ମୀବାବା, ରାମାନନ୍ଦ ଦାସଜୀ, ରାଧାଚରଣ ଦାସଜୀ ପ୍ରମୁଖଙ୍କ ସହ ବହୁ ଭାଜପା ନେତା ମଧ୍ୟ ଉପସ୍ଥିତଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍‌.ସୀମାଦ୍ରୀ, ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ପ୍ରଶାନ୍ତ ପାଳ, ଜିଲ୍ଲା ଉପସଭାପତି ଜଗନ୍ନାଥ ମହାପାତ୍ର, ବାବୁନା ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, ଅରୁଣିମା ସାହୁ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ