ବାଇକ୍‌କୁ ଧକ୍କା ଦେଲା କାର, ଜଣେ ମୃତ

ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଥାନା ଅନ୍ତର୍ଗତ ନୂଆ ନଗରଢିହ ଗ୍ରାମ ଠାରେ ଏକ ବାଇକ୍‌କୁ ଗୋଟିଏ କାର ଧକ୍କା ଦେଇଛି । ଫଳରେ ବାଇକ୍ ଚାଳକ ସାହାପୁର ଗ୍ରାମର ଶଙ୍କର ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ ଶଙ୍କରଙ୍କ ଭାଇ ମୁନା ଦାସ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳେ ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା ପହଞ୍ଚି ଆହତ ମୁନାକୁ ତୁରନ୍ତ ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ । ସୂଚନାନୁସାରେ, ଆଜି ସନ୍ଧ୍ୟାରେ ନରେନ୍ଦ୍ରପୁରରୁ କାମ ସାରି ଓଡି୦୭ଏଇ-୮୨୫୮ ନମ୍ବର ଏକ ବାଇକ୍‌ରେ ସାହାପୁର ଗ୍ରାମକୁ ଫେରୁଥିବା ବେଳେ ପୁରୁଷୋତ୍ତମପୁରରୁ ବ୍ରହ୍ମପୁର ଅଭିମୁଖେ ଥିବା ଓଡି୦୭ଏଜି-୨୬୫୧ ଗୋଟିଏ କାର ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳେ ଶଙ୍କରଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଦୁର୍ଘଟଣା ଘଟାଇଥିବା କାର ଓ ବାଇକ୍‌କୁ ଜବତ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ