ନୂତନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ କୌଳାସଚନ୍ଦ୍ର ବେହେରା ଦାୟିତ୍ୱ ଗ୍ରହଣ କରିଥିବାର ଜଣେ ପଡିଛି । ସେ ଭୁବନେଶ୍ୱରର ସାମନ୍ତରାପୁର ଠାରେ ଥିବା ରାଜ୍ୟ ବିହନ ପରୀକ୍ଷାଗରେ ବିହନ ପ୍ରମାଣିକରଣ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ସେ ପଦୋନ୍ନତି ପାଇ ଗଜପତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ବେହେରା କହିଛନ୍ତି ଯେ, ଚାଷୀମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା କିଭଳି ପ୍ରକୃତ ଚାଷୀଙ୍କ ପାଖରେ ପହଞ୍ଚିବ ସେଉପରେ ପ୍ରାଥମିକତା ଦେବି ବୋଲି କହିଛନ୍ତି । ଏହା ସହ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ସେ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ସୂଚନାଯୋଗ୍ୟ ଯେ, ବହୁ ଦିନ ହେଲା ପୂର୍ବତନ ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ କୌଳାସଚନ୍ଦ ସାମନ୍ତରାୟ ଅବସର ଗ୍ରହଣ ପରେ ସ୍ଥାୟୀ ଜିଲ୍ଲା କୃଷି ଅଧିକାରୀ ପଦବୀ ଖାଲି ପଡିଥିଲା । ଏହି ପଦବୀରେ ଅସ୍ଥାୟୀ ଭାବେ ଇରେନିୟସ ପ୍ରଧାନ ଦାୟିତ୍ୱ ତୁଲାଉଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ