ରନ୍ଧାଦେଶୀ ମଦ ଭାଟି ବନ୍ଦ କରିବା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଅମରା ଏବଂ ଡାଳିମ୍ବପୁର ଗ୍ରାମ ନିକଟରେ ଆରମ୍ଭ ହେବାକୁ ଯାଉଥିବା ଦେଶୀ ରନ୍ଧା ମଦ ଭାଟିକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଏସ୍‌ଏଚ୍‌ଜି ଓ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ ମଧ୍ୟ କରିଛନ୍ତି । ଅମରା ଏବଂ ଡାଳିମ୍ବପୁର ଗ୍ରାମର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଗ୍ରାମବାସୀ ଜଣାଇଛନ୍ତି ଯେ, ଅମର।। ଠାରୁ ଡାଳିମ୍ବପୁର ମୁଖ୍ୟ ରାସ୍ତା କଡରେ ଅମରା ଠାରୁ ୧୦୦ ମିଟର ଏବଂ ଡ।।ଳିମ୍ବପୁର ଗ୍ରାମ ଠାରୁ ୨୦୦ମିଟର ଦୂରରେ ଜନବସତି ନିକଟରେ ଏହି ଦେଶୀ ରନ୍ଧା ମଦ ଭାଟି ନିର୍ମାଣ ହେଉଛି । ପଲ୍ଲୀସଭା କିମ୍ବା ଗ୍ରାମ ସଭାର ବିନା ଅନୁମତିରେ ଏହା କିପରି ସମ୍ଭବ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ଏହି ପ୍ରସ୍ତାବିତ ଦେଶୀରନ୍ଧାମଦ ଭାଟିକୁ ଆସନ୍ତା ୭ ଦିନ ମଧ୍ୟରେ ବନ୍ଦ ନକରିଲେ ଆଗାମୀ ଦିନରେ ସମସ୍ତ ସ୍ୱୟଂ ସହାହିକା ଗୋଷ୍ଠୀ ଏବଂ ଗ୍ର।।ମବାସୀ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳଣାତ୍ମକ ପନ୍ଥ ଅବଲମ୍ବନ କରିବୁ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ