ଗଜପତିର କାଶୀନଗରରେ ପୁଣି ୪ଟିକିଆ ହାତୀପଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମପଞ୍ଚାୟତର ୬ମାଇଲ ତଥା ଭାରତୀୟ ଖାଦ୍ୟ ନିଗମ ଗୋଦାମ ପଛପଟେ ଆଜି ୪ଟିକିଆ ହାତୀପଲ ବିଚରଣ କରୁଥିବାର କିଛି ଗ୍ରାମବାସୀ ଦେଖିଥିବାର ଜଣାପଡିଛି । ଏହି ଜିଲ୍ଲାର କାଶୀନଗର ବ୍ଲକର ଖାଦ୍ୟ ନିଗମ ଗୋଦାମ ତଥା ୬ମାଇଲ ଗ୍ରାମକୁ ଆନ୍ଧ୍ର ସୀମାନ୍ତ ଲାଗିରହିଛି । ଯାହାକି ଓଡିଶା ସୀମାର ଖୁବ ନିକଟବର୍ତ୍ତୀ ଅଟେ । ଏହାସହ ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୭ରୁ୮କିମି ଦୂରତା ଅଟେ । ଏହି ହାତୀପଲକୁ ଗଜପତି ଜିଲ୍ଲାର ମିନିଗାଁ, ୬ମାଇଲ ଛକ ଗ୍ରାମବାସୀ ଦେଖି ଭୟଭୀତ ହୋଇପଡିଛନ୍ତି । ତେବେ ଏହି ହାତୀପଲ ଗତ ତିନିଦିନ ହେଲା ଓଡିଶା-ଆନ୍ଧ୍ର ସୀମାନ୍ତ ଏହି ଅଞ୍ଚଳରେ ବିଚରଣ କରୁଥିବାର ଜଣାପଡିଛି । କେତେବେଳେ ଆନ୍ଧ୍ରତ ଆଉକେତେବେଳେ ଓଡିଶାର ମିନିଗାଁ, ୬ମାଇଲ ଗ୍ରାମ ଅଭିମୁଖେ ଚାଲିଆସୁଛନ୍ତି । ଏହି ହାତୀପଲ ମିନିଗାଁ ଗ୍ରାମର କିଛି ଲୋକଙ୍କ ଧାନ ଜମିରେ ପଶି ଧାନ ଖାଇଯାଇଥିବାର ଲୋକେ ପ୍ରକାଶ କରିଛନ୍ତି । ଉଭୟ ରାଜ୍ୟ ତଥା ଗଜପତି ବନବିଭାଗ ଓ ଆନ୍ଧ୍ରର ପୁରୁଣାପାଟଣା ବନ ବିଭାଗର କର୍ମଚାରୀମାନେ ଏହି ହାତୀପଲ ଉପରେ ତୀକ୍ଷ୍ମଣ ନଜର ସହ ଗତିବିଧିଉପରେ ନଜର ରଖିଛନ୍ତି । ଏନେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରେମ କେଶରୀ ବେହେରା କହିଛନ୍ତି ଯେ, ଆମ୍ଭେ ଉକ୍ତ ହାତୀପଲ ଉପରେ ନଜର ରଖିଛୁ । ଯେଉଁ ଯେଉଁ ବ୍ୟକ୍ତିଙ୍କ ଧାନ ଫସଲ ନଷ୍ଟ କରିଛନ୍ତି ସେମାନେ ଆମ୍ଭ ପାଖରେ ଆବେଦନ କଲେ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବୁ ବୋଲି ଜଣାଇଛନ୍ତି । ଏହି ହାତୀପଲ ଗତ ଅନେକ ଦିନ ଧରି ଗଜପତିର କାଶୀନଗର ଅଞ୍ଚଳ ସମେତ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର କିଛି ଅଞ୍ଚଳରେ ବିଚରଣ କରୁଛନ୍ତିି । ଆଜି ଗୁରୁବାର ଏହି ହାତୀପଲ ଆନ୍ଧ୍ର ଅଞ୍ଚଳରେ ବିଚରଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ