ମୁଖ୍ୟମନ୍ତ୍ରୀଙ୍କୁ ମହାକାଳପଡା ବିକାଶ ମଞ୍ଚର କୃତଜ୍ଞତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମହାକାଳପଡା ଠାରେ ବିଶ୍ୱ ସ୍ତରୀୟ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଆରସେଲ ମିତ୍ତଲ ଆଣ୍ଡ ନିପନ ଷ୍ଟିିଲ ପୁଞ୍ଜି ନିବେଶରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ହେବାକୁ ଯାଉଥିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ମହାକାଳପଡା ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅଶେଷ କୃତଜ୍ଞତା ଅର୍ପଣ କରାଯାଇଛି । ବିଶ୍ୱ ଇସ୍ପାତ ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଥିବା ମେଗା ପ୍ରକଳ୍ପ ପାଇଁ ମହାକାଳପଡା ବିକାଶ ମଞ୍ଚ ପକ୍ଷରୁ ସଭାପତି ତଥା ବିଶିଷ୍ଟ ପରିବେଶବିତ କାଶୀନାଥ ରାଉତରାୟ, ସମ୍ପାଦକ ବିଚିତ୍ରାନନ୍ଦ ବାରିକ, ଉପଦେଷ୍ଟା ପ୍ରଣବ କୁମାର ଜେନା, ହେମନ୍ତ ଜେନା, ସଦସ୍ୟ ଅଭିନ୍ନ ଚନ୍ଦ୍ର ନାୟକ, ଧନେଶ୍ୱର ସେଠୀ, ବୈଷ୍ଣବ ରାଉତ, ପବିତ୍ର ମାଇତି, ସୁକାନ୍ତ ଦାସ, ପବିତ୍ର ମୋହନ ପରିଡା, ଚିତ୍ତରଞ୍ଜନ ଦାସ, ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରଦିପ କୁମାର ଦାସ, ପ୍ରମୋଦ ମହାରଥୀ, ନିରଞ୍ଜନ ଓଝା, କୃଷ୍ଣ ଚନ୍ଦ୍ର ବର୍ମନ, ପ୍ରଫୁଲ୍ଲ ଚନ୍ଦ୍ର ରାଉତ, ଆଇନଜୀବୀ ଶୁଭେନ୍ଦୁ ରାଉତରାୟ, ଅକ୍ଷୟ ନାଥ, ନଗେନ୍ଦ୍ର ପ୍ରସାଦ ଚୈାଧୁରୀ, ବିଶ୍ୱନାଥ ରାଉତରାୟ, ରଞ୍ଜିତ ଖୁଣ୍ଟିଆ ପ୍ରମୁଖ ମିତ୍ତଲ ଷ୍ଟିଲ କମ୍ପାନୀକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ମହାକାଳପଡା ବିକାଶ କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ମଞ୍ଚ ପକ୍ଷରୁ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକଙ୍କୁ ମଧ୍ୟ ଶୁଭେଛା ଜ୍ଞାପନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ