ବୁଗୁଡା ବ୍ଲକରେ ୫୭ ପ୍ରତିଶତ ରୁ ଉର୍ଦ୍ଧ୍ବ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୧୨ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସକେୱାଇ) ର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ଡିସେମ୍ବର ୧୩ ତାରିଖ ଠାରୁ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ବୁଗୁଡା ବ୍ଲକର ଅରଖପୁର ପଞ୍ଚାୟତରୁ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ ହୋଇ ୧୬ ତାରିଖ ତାରିଖ ସୁଦ୍ଧା ମୋଟ ୧୫୨୯୮ ଖଣ୍ଡ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇ ୫୭.୫୬ ପ୍ରତିଶତ ସଫଳତାରେ ପହଞ୍ଚି ପାରିଥିବା ଜଣା ପଡ଼ିଛି। ବୁଗୁଡା ବ୍ଲକରେ ମୋଟ ୨୬,୫୭୭ ଖଣ୍ଡ ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ଯୋଜନା ଥିବାବେଳେ ସଠିକ ସମୟରେ ସମସ୍ତ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟ ସମ୍ପାଦନ ହୋଇପାରିବ ବୋଲି ଆଶା କରାଯାଇଛି। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଉପଯୁକ୍ତ ପରିଚାଳନା ସହ ବିଧାୟକ ଶ୍ରୀ ସାହୁ, ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ ସମସ୍ତ ଗ୍ରାମ ପଞ୍ଚାୟତ ଗସ୍ତକରି ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ଦ୍ୱାରା ଗରିବ ଲୋକମାନେ ଉପକୃତ ହୋଇପାରିବେ ବୋଲି ସଚେତନତା କରୁଛନ୍ତି। ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା , ବ୍ଲକ ଓ ପଞ୍ଚାୟତ କର୍ମଚାରୀଙ୍କ ଆନ୍ତରିକ ସହଯୋଗ ଏହି କାର୍ଯ୍ୟକ୍ରମ ଆଗେଇ ଯିବାରେ ସଫଳ ହୋଇପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ