୨୩୦ ସ୍ୱୟଂ ସହାୟକ ଗୋଷ୍ଠୀକୁ ୪ କୋଟି ୬୦ ଲକ୍ଷ ଟଙ୍କା ଋଣ ପ୍ରଦାନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ପରିସରରେ ବୁଧବାର ଦିନ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ୨୩୦ ସ୍ୱୟଂ ସହାୟକ ଗୋଷ୍ଠୀକୁ ୪ କୋଟି ୬୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ପ୍ରଥମେ ମହିଳା ମାନଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗୋଷ୍ଠୀ ଗଠନ କରି ମହିଳା ସଶକ୍ତିକରଣ ପାଇଁ ଯୋଜନା ଆରମ୍ଭ କରିଥିଲେ । ଏହାଦ୍ୱାରା ସୁଫଳ ମିଳିବା ଦ୍ୱାରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ନାମରେ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରି ମହିଳାମାନେ ଯେପରି ଆତ୍ମନିର୍ଭରଶୀଳ ହୋଇ ପ୍ରତ୍ୟେକ କ୍ଷେତ୍ରରେ ଆଗଭର ହେବେ ସେଥିପାଇଁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଯାହାଦ୍ୱାରା ମହିଳା ସଶକ୍ତିକରଣ କରଣ ପାଇଁ ଦେଶରେ ମଡେଲ ପାଳଟିଥିବା ସହ ବିଶ୍ୱ ଦରବାରରେ ମଧ୍ୟ ପ୍ରଶଂସନୀୟ ହୋଇପାରିଛି। ମିଶନ ଶକ୍ତି ବିଭାଗ ଦ୍ଵାରା ପୋଲସରା ବ୍ଲକରେ ଆୟୋଜିତ ଋଣ ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ଯୋଗଦେଇ ୨୩୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ୪ କୋଟି ୬୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। ଏହି ଋଣ ପ୍ରଦାନ କାର୍ଯ୍ୟକ୍ରମରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ସିଡିପିଓ କୁନ୍ତାଳ କୁମାରୀ ନାୟକ, ଏବିଡ଼ିଓ ଧର୍ମରାଜ ପରିଡା ଙ୍କ ସମେତ ଲୋକ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ