ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆନ୍ଦୋଳନ ଡାକରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି. ପି. ଆଇ.) ଜିଲ୍ଲା କମିଟି ପକ୍ଷରୁ ଆସନ୍ତା ୨୪ତାରିଖ ଶୁକ୍ରବାର ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ୫୦ହଜାର ଟଙ୍କା ତୁରନ୍ତ ପ୍ରଦାନ, ଅଣସଙ୍ଗଠିତ ଶ୍ରମିକମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ପ୍ରଦାନ, ପେଟ୍ରୋଲ, ଡିଜେଲ ସହିତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ହ୍ରାସ କରିବା, କେନ୍ଦ୍ରାପଡା ଜିଲ୍ଲା ଦେଇ ଯାତ୍ରୀବାହୀ ରେଳ ଚଳାଚଳ କରିବା, ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା, ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଚାଷୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ରବି ଫସଲ ପାଇଁ ସାର, ବିହନ, ବିନା ସୁଧରେ ଋଣ ପ୍ରଦାନ ଆଦି ଦାବିରେ ତିନିମୁହାଣି ଛକ ଠାରୁ ୫ଶହ ସାଥିଙ୍କ ଏକ ଶୋଭାଯାତ୍ରା ବାହାରିି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଏକ ସମାବେଶ ଅନୁଷ୍ଠିତ ହେବ । ସେହି ସମାବେଶରେ ରାଜ୍ୟ ସଂପାଦକ ସାଥି ଆଶିଷ କାନୁନଗୋ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ସାଥି ଜୟନ୍ତ ଦାସ, ଜାତୀୟ ପରିଷଦ ସଭ୍ୟ ସାଥି ଅଭୟ ସାହୁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସି.ପି.ଆଇ. ଜିଲ୍ଲା ସଂପାଦକ ସାଥି ରମଣୀ ରଞ୍ଜନ ରାଉତରାୟ, ସହ ସଂପାଦକ ସାଥି ଆଦିକନ୍ଦ ରାଉଳ, ପ୍ରାକ୍ତନ ସଂପାଦକ ତଥା ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳ, କେନ୍ଦ୍ରାପଡା ଜୋନ ସମ୍ପାଦିକା ସାଥି ସୁଭାଶିନି ଭଦ୍ର, ମାର୍ଶାଘାଇ ମହାକାଳପଡା ଜୋନା ସଂପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ପଟ୍ଟାମୁଣ୍ଡାଇ ରାଜନଗର ଜୋନ ସଂପାଦକ ସାଥି ଅଭୟ ଦାସ, ଆଳି କନିକା ଆବାହକ ସାଥି ସୁହାନା ବେଗମ ପ୍ରମୁଖ ଏକ ପ୍ରେସ ଇସ୍ତାହର ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ