ଘୁମୁସରର କଳା, ସାହିତ୍ୟ, ସଂସ୍କୃତି ଓ ଭୈ।ଗୋଳିକ ସ୍ଥିତି ଖୁବ୍ ସମୃଦ୍ଧ

ବୁଗୁଡ଼ା, (ଅନିଲ କୁମାର ମହାରଣା):ସଂପ୍ରତି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଦିନକୁ ଦିନ ଜନସାଧାରଣ ଙ୍କ ପାଖରୁ ଦୁରେଇବାରେ ଲାଗିଛି, ଆଧୁନିକ ଯୁବପିଢି ପୁସ୍ତକ ପଢିବାକୁ ବିମୁଖ ଭାବ ପ୍ରଦର୍ଶନ କରି ମୋବାଇଲ ମୁହାଁ ହେବାରେ ଲାଗିଛନ୍ତି, ସ୍କୁଲ କଲେଜ ସ୍ତରରେ ସଂସ୍କୃତି ଭିତିକ ଶିକ୍ଷା କୁ ଗୁରୁତ୍ବ ଦିଆ ଯାଉନାହିଁ , ସାମାଜିକ ଆବଦ୍ଧତା ଭୁଷୁଡି ପଡ଼ିଲାଣି, ପରିବାର ଭିତରେ ଅପସଂସ୍କୃତିର ମାତ୍ରା ବଢ଼ିବାରେ ଲାଗିଛି ଫଳରେ ପ୍ରାଚୀନ ପରଂପରାକୁ ଲୋକେ ଭୁଲିବାକୁ ବସିଲେଣି, ଘୁମୁସର ଅଞ୍ଚଳର ସାହିତ୍ୟ,କଳା, ସଂସ୍କୃତି ଓ ଭୈ।ଗୋଳିକ ସ୍ଥିତି ଅତି ସମୃଦ୍ଧ ଏହାକୁ ଉତ୍ତର ପିଢ଼ି କୁ ଅବଗତ କରାଇବା ଜରୁରୀ ନଚେତ୍ ପରବର୍ତ୍ତୀ ସମୟରେ ଏହା ଉପରେ ନକରାତ୍ମକ ପ୍ରଭାବ ପଡିବ ବୋଲି ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ଆୟୋଜିତ ୧୦୪ ତମ ସାହିତ୍ୟ ଆଲୋଚନା ଚକ୍ରରେ ବିଶିଷ୍ଠ ଅତିଥି ମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବରିଷ୍ଠ ଆଡଭୋକେଟ୍ ତଥା ସାହିତ୍ୟିକ ସୋମନାଥ ନାୟକ, ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା, ରବିନ୍ଦ୍ର ନାଥ ଆଚାର୍ଯ୍ୟ,ହରିକୃଷ୍ଣ ସାହୁ,ମାଧବ ଚନ୍ଦ୍ର ଭୋଳ, କୈଳାଶ ଚନ୍ଦ୍ର ପ୍ରଧାନ, ଆଇ.ଟିଆଇ ଅଧ୍ୟକ୍ଷ ଏ.ସର୍ଭିସ୍ ଆଚାରୀ, ମଙ୍ଗୁଳି ପାତ୍ର ପ୍ରମୁଖ ଯୋଗଦେଇ ଘୁମୁସର ର ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ଘୁମୁସର ଜିଲ୍ଲା ଗଠନ କରିବା ଜରୁରୀ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନୀଳକଣ୍ଠ ଆଚାରୀ,ରାଜ ଗୋପାଳ ନାୟକ, ଇ.ନିଳାଞ୍ଚଳ ପାତ୍ର, ନିରଞ୍ଜନ ପାତ୍ର, ଅଭିରାମ ବଡୁ, ଗଣେଶ ପାତ୍ର, ସୂର୍ଯ୍ୟ ନାରାୟଣ ସାମନ୍ତରା, ପଞ୍ଚାନନ ପଲାଇ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଇ.ବାଳକୃଷ୍ଣ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ