ବିଶ୍ୱର ସବୁଠୁ ଦାମୀ କୋଠା

ଦୁନିଆରେ ଅନେକ ସୁନ୍ଦର ଘର ଓ ବିଲ୍ଡିଂ ରହିଛି । ତେବେ ବିଶ୍ୱର ୫ଟି ସବୁଠୁ ଦାମୀ ବିଲ୍ଡିଂ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।ବିଶ୍ୱର ପଞ୍ଚମ ଦାମୀ ବିଲ୍ଡିଂ ହେଉଛି ଆମେରିକା ସ୍ଥିତ ଦ କସ୍ମୋପଲିଟନ । ଯାହାର ଦାମ ହେଉଛି ୩୧୨.୦୪ ବିଲିୟନ୍ ।ବିଶ୍ୱର ଚତୁର୍ଥ ଦାମୀ ବିଲ୍ଡିଂ ହେଉଛି ଏପଲ ହେଡକ୍ୱାଟର୍ସ । ଏପଲ ପାର୍କ ନାଁରେ ଏହି ବିଲ୍ଡିଂ ଜଣାଶୁଣା । ଏହାର ଦାମ ହେଉଛି ୩୫୪.୬୦ ବିଲିୟନ୍ ।ବିଶ୍ୱର ତୃତୀୟ ଦାମୀ ବିଲ୍ଡିଂ ହେଉଛି ମରୀନା ବେ ସେଣ୍ଡ । ସିଙ୍ଗାପୁର ସ୍ଥିତ ଏହି ବିଲ୍ଡିଂର ଦାମ ହେଉଛି ୪୨୫.୫୨ ବିଲିୟନ୍ ।ମକ୍କା ସ୍ଥିତ ଅବ୍ରାଜ ଅଲ ବେୟତ ଟାୱର୍ସ ହେଉଛି ବିଶ୍ୱର ଦ୍ୱିତୀୟ ଦାମୀ ବିଲ୍ଡିଂ । ଏହାର ଦାମ ହେଉଛି ୧୧୩୪.୭୨ ବିଲିୟନ୍ ।ସାଉଦି ଆରବର ମକ୍କା ସ୍ଥିତ ମସଜିଦ ଅଲ ହରମ । ଦୁନିଆରେ ସବୁଠୁ ଦାମୀ ବିଲ୍ଡିଂ । ଏହାର ଦାମ ହେଉଛି ୭୦୯୨ ବିଲିୟନଠୁ ଅଧିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ